ଟ୍ରମ୍ପଙ୍କ ସହ କଥା ହେବାକୁ ପୁଟିନ ବ୍ୟଗ୍ର !

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବାକୁ ବେଶ୍‌ ବ୍ୟଗ୍ର ଥିବା ଜଣାପଡ଼ିଛି। ଗତ ଗୁରୁବାର ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ରୁଷ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିବା ପରେ କ୍ରେମଲିନ ପକ୍ଷରୁ ତୁରନ୍ତ ଏ ନେଇ ପ୍ରତିକ୍ରିୟା ଜାରି କରାଯାଇଛି। ଆଲୋଚନା ପାଇଁ ପୁଟିନ ପ୍ରସ୍ତୁତ ଥିବା ନେଇ ଶୁକ୍ରବାର କ୍ରେମଲିନ କହିଛି। ତେବେ ଏଥିଲାଗି ଏବେ ଆମେରିକା ପକ୍ଷରୁ ସହମତି ନେଇ ଅପେକ୍ଷା ରହିଛି ବୋଲି କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ ସୂଚନା ଦେଇଛନ୍ତି।

prayash

ଟ୍ରମ୍ପ ଗୁରୁବାର କହିଥିଲେ ଯେ, ସେ ପୁଟିନଙ୍କୁ ଶୀଘ୍ର ଭେଟିବାକୁ ଚାହୁଁଛନ୍ତି, ଯାହାଫଳରେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧକୁ ସମାପ୍ତ କରାଯାଇପାରିବ। ଏହା ସହିତ ସେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ହ୍ରାସ ଉପରେ ବି କାର୍ଯ୍ୟ କରିବାକୁ ଆଗ୍ରହ ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ ଫେବୃୟାରୀ ୨୪ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆଗାମୀ ଫେବୃୟାରୀରେ ଯୁଦ୍ଧକୁ ୩ ବର୍ଷ ପୂରଣ ହେବାକୁ ଯାଉଛି। ଟ୍ରମ୍ପ ଏହା ଉପରେ କହିଥିଲେ ଯେ, ଯୁଦ୍ଧ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବରବାଦ ହେଉଛି। ଏହାକୁ ରୋକିବା ବହୁତ ଜରୁରୀ। ମୁଁ ଯେତିକି ଅନୁମାନ କରୁଛି ପୁଟିନ ମୋତେ ଭେଟିବାକୁ ଚାହୁଁଛନ୍ତି ଏବଂ ଆମେ ଜଳଦି ଭେଟିବୁ। ମୁଁ ତୁରନ୍ତ ତାଙ୍କୁ ଭେଟିାକୁ ପ୍ରସ୍ତୁତ ଅଛି, କାରଣ ଯୁଦ୍ଧଭୂମିରେ ସୈନିକ ପ୍ରାଣ ହରାଉଛନ୍ତି ବୋଲି ଟ୍ରମ୍ପ କହିଥିଲେ।

kalyan agarbati

Comments are closed.