ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ଉଠିଲା ଦାବୀ

ଆଂଚଳିକ ଉନ୍ନୟନ କମିଟିର ଜିଲ୍ଲାପାଳଙ୍କୁ ଦାବୀପତ୍ର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ସୋମବାର ହରଭଙ୍ଗା ଆଂଚଳିକ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି ।

prayash

ସୂଚନାନୁସାରେ ରାଜରାଜୁଡା ଅମଳର ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହରଭଙ୍ଗା, ଛତ୍ରଙ୍ଗ,କୁଶଙ୍ଗ,ସଙ୍କୁଲେଇ, ମହାଲ୍ଲିକପଡା ଭଳି ୫ଟି ପଂଚାୟତର ପଂଚାୟତବାସୀ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶହେରୁ ଅଧିକ ରୋଗୀ ଆସିଥାନ୍ତି ଚିକିତ୍ସା ପାଇଁ, କିନ୍ତୁ ଏକମାତ୍ର ଡାକ୍ତର ଥିବା ହେତୁ ସଠିକ ଭାବେ ଚିକିତ୍ସା ହୋଇପାରୁନାହିଁ । ଗୁରୁତର ରୋଗୀଙ୍କୁ ଡାକ୍ତର ପୁରୁଣା କଟକ କିମ୍ବା ବୌଦ୍ଧକୁ ରେଫର କରୁଥିବା ଦେଖିବାକୁ ମିଳୁଛି। ଏହା ସହ ରୋଗୀ ମଧ୍ୟ ଫୁଲବାଣୀ, ବୌଦ୍ଧ, ଆଠମଲ୍ଲିକ ଚିକିତ୍ସା ପାଇଁ ଦୌଡି ଦୌଡି ଖର୍ଚ୍ଚାନ୍ତ ହେଉଛନ୍ତି । ଏଣୁ ହରଭଙ୍ଗା  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାପାଇଁ ସୋମବାର ହରଭଙ୍ଗା ଆଂଚଳିକ କମିଟି ସଭାପତି ପ୍ରଦୀପ୍ତ କୁମାର ସାହୁ,ସମ୍ପାଦକ ବିଜୟ ନନ୍ଦ ସାହୁ, ଉପଦେଷ୍ଟା ଶୁବୋଧ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାଷୀନ ଦାଶ, କୁଶଙ୍ଗ ସରପଂଚ ଜିତେନ୍ଦ୍ର ବେହେରା, ମହାଲ୍ଲିକପଡା ସରପଂଚ ମାମୁନି ବାଗ, ହରଭଙ୍ଗା ସରପଂଚ ସକୁନ୍ତଳା ବେହେରା, ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦନ କରିଥିବା ଜଣାପଡିଛି ।

Comments are closed.