ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ପାଣ୍ଠି : ସୁଜାତା କାର୍ତ୍ତିକେୟନ

ଡେସ୍କ : ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍‌‌ଏଚ୍‌‌ଜି’ର ମହିଳମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଢାଞ୍ଚାରେ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ ହେବ। ଏଥିଲାଗି ରାଜ୍ୟ ବଜେଟ୍‌‌ରୁ ଅର୍ଥ ବ୍ୟୟବରାଦ କରାଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ତିନିରୁ ଚାରି ମାସ ମଧ୍ୟରେ ଏହି ପାଣ୍ଠି କାର୍ଯ୍ୟକାରୀ ହେବ। ସେହିଭଳି ଏସ୍‌‌ଏଚ୍‌‌ଜି’ର ମହିଳାଙ୍କୁ ତାଲିମ
ଦେବା ପାଇଁ ରାଜ୍ୟସ୍ତରୀୟ ସ୍ୱୟଂସହାୟକ ଗୋଷ୍ଠୀ ମହାସଙ୍ଘ ଗଠନ ହେବ। ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରି ହେବ ସେ ନେଇ ଏହି ମହାସଙ୍ଘ କାର୍ଯ୍ୟ କରିବ।

prayash

୨୦୨୨-୨୩ ବର୍ଷରେ ଏସ୍‌‌ଏଚ୍‌‌ଜି ଋଣ ସହାୟତା ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି। ଏଥିସହ ଏସ୍‌‌ଏଚ୍‌‌ଜି ଋଣ ପରିଶୋଧରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୮୬ .୫ ପ୍ରତିଶତ ମହିଳାଙ୍କ ପାଖରେ ବର୍ତ୍ତମାନ ବ୍ୟାଙ୍କ ଖାତା ରହିଛି, ଯାହାକି ଜାତୀୟ ହାର ୭୮. ୬ ପ୍ରତିଶତ ଠାରୁ ଅଧିକ।

Comments are closed.