www.samajalive.in
Tuesday, December 9, 2025
15.1 C
Bhubaneswar

କଲମପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ; ଉପୁଡିଲା ଗଛ,  ଉଡିଲା ଘରର ଛାତ

କଲମପୁର :  କଲମପୁର ଅଂଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପବନର ଘୋ ଘୋ ଗର୍ଜନ ସହ ବିଜୁଳି ଓ ଘଡଘଡି ଶବ୍ଦରେ ପ୍ରକମ୍ପିତ ହେଇ ଉଠିଲା ସାରା ଅଂଚଳ। ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ତାଣ୍ଡବ ରଚିଲା କାଳବୈଶାଖୀ । କେଉଁଠି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଗଲା ତ ପୁଣି କେଉଁଠି ଗଛ ଉପୁଡି ପଡିଲା ପୁଣି କେଉଁଠି ଘରର ଛାତ ସବୁ ଉଡିଗଲା।


ଶୁକ୍ରବାର ଦିନ ଗୋଟାଏ ୪୦ ବେଳେ କାଳବୈଶାଖୀର ପ୍ରଭାବରେ କଲମପୁର ବ୍ଲକର ଭେଲାଗାଁ, କର୍ମେଲ, କଲମପୁର, ବରଗାଁ, କସାବାହୀ, ଶାଗବାରୀ, ଘୋଡାବନ୍ଧା, ଘର୍ଲା, ପୋଟେସ, ପାଜେନ, ପଣ୍ଡିଗାଁ, ଗୁମାବାହାଲ ଆଦି ଗାଁ ପ୍ରବାବିତ ହେଇଛି। ଶାଗବାରୀ, ପାଜେନ, ପୋଟେସର ବହୁ ଲୋକଙ୍କ ଘର ଛାତ ଉଡିଯାଇଥିବା ବେଳେ କିଛି ଲୋକଙ୍କ ଘର ଉପରେ ଗଛ ପଡିଯିବାରୁ ତାହା ଭାଙ୍ଗି ଯାଇଛି । ସେହିଭଳି କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସାଇନବୋର୍ଡ ଭାଙ୍ଗି ଯାଇଥିବା ବେଳେ ଅନେକ ଗଛ ଭାଙ୍ଗିଯାଇଛି । କଲମପୁର ପ୍ରାଥମିକ ବିଦ୍ୟାଳୟ, କର୍ମେଲ ପ୍ରାଥମିକ ବିଦ୍ୟାଳୟ ଏବଂ ବେଲପଡା ପ୍ରାଥମିକ ବିଦ୍ୟାଳୟ ସମେତ କଲମପୁର ଖେଳ ପଡିଆର ମଂଚରେ ଲାଗିଥିବା ଆଜବେଷ୍ଟ ଛାତ ଉଡିଯାଇଛି। ପୋଟେସ ବଳବଦ୍ର ସୁନାନୀଙ୍କ ଘର ଭାଙ୍ଗିଯାଇଥିବା ବେଳେ ଦୀନ ବନ୍ଧୁ ବେହରାଙ୍କ ପିକଅପ ଗାଡି ଉପରେ ଗଛ ଭାଙ୍ଗି ପଡିବାରୁ ଗାଡିର କିଛି ଅଂଶ ନଷ୍ଟ ହେଇଛି। ପାଜେନର କୈଳାସ ହଂସ, ଶାଗବାରୀ ଗ୍ରାମର ପଦ୍ମନାଭ ସାହୁଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିଭଳି ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯିବା ସହ ତାର ସବୁ ଛଣ୍ଡି ପଡିଛି ଯାହା ଫଳରେ ବିଦ୍ୟୁତ୍ ସେବା ବ୍ୟାହତ ହେଇଛି। କ୍ଷୟକ୍ଷତି ପରିମାଣ ବହୁ ଅଧିକ ହେବା ଆଶଂକା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories