କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼

କଟକ : କଟକ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିୟାଡ଼ ସୋମବାର ରେଭେନ୍ସା କଲିଜିଏଟ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ନିଜ ଉଦଘାଟନୀ ଅଭିଭାଷଣରେ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଶିକ୍ଷାର ଉପାଦେୟତା ଓ ଆବଶ୍ୟତକତା, ବିଶ୍ୱକୁ ଭାରତୀୟ ଯୋଗୀ, ମୁନିଋଷି ମାନଙ୍କର ଯୋଗ ସମ୍ବନ୍ଧୀୟ ଅବଦାନ ଏବଂ  ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର ଯୋଗ ଶିକ୍ଷାର ଆବଶ୍ୟକତା ବିଷୟରେ ବହୁତ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ। ଶାରୀରିକ ଶିକ୍ଷା ପରିଦର୍ଶିକା ସୌଦାମିନୀ ଦାସ ଯୋଗ ଅଲିମ୍ପିୟାଡ଼ର ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିବା ସହିତ ସ୍ୱାଗତ ପ୍ରଦାନ ଦେଇଥିଲେ।

prayash

ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ସନ୍ତୋଷ କୁମାର ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଯୋଗ ପ୍ରଦର୍ଶ କୁ ଉଚ୍ଚ ପ୍ରଶଂସା କରିବା ସହିତ ମନୋନୀତ ଛାତ୍ରଛାତ୍ରୀ ମାନଙ୍କର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ନାୟକ ରେଭେନ୍ସା କଲିଜିଏଟ ସ୍କୁଲର ବରିଷ୍ଠ ଶିକ୍ଷକ ନନ୍ଦନ କୁମାର ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ମିହିର କୁମାର ପରିଡା, ଶିକ୍ଷକ ବିଶ୍ୱନାଥ ମିଶ୍ର, ଦିଲୀପ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ଅଞ୍ଜଳି ଦାସ, ଅଜୟ କୁମାର ପ୍ରଧାନ, ଜ୍ଞାନରଞ୍ଜନ ଧଳ, ସ୍ୱାତୀ ପ୍ରିୟଦର୍ଶିନୀ, ନିଳେନ୍ଦ୍ରି ସାହୂ, ରାଜଲକ୍ଷ୍ମୀ ଜେନା, ମୋଜେସ ବେହେରା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କର ଯୋଗ ପ୍ରତଯୋଗିତା ପରିଚାଳନା ଓ ମୂଲ୍ୟାୟନ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏହି ଯୋଗ ଅଲିମ୍ପିୟାଡ଼ରେ ଭାଗ ନେଇଥିଲେ। ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଭୁବନେଶ୍ୱର ଠାରେ ଆସନ୍ତା ୨୪ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ଅଲିମ୍ପିୟାଡ଼ରେ ଅଂଶଗ୍ରହଣ କରିବେ।

Comments are closed.