www.samajalive.in
Sunday, December 7, 2025
14.1 C
Bhubaneswar

ନାରୀ ଶିକ୍ଷା ଦେଶ ବିକାଶର ଏକ ମୁଖ୍ୟ ଉପାଦାନ : ରାଷ୍ଟ୍ରପତି

ଡେସ୍କ : ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ଖୁବ୍ କମ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ସଫଳତା​‌ ହାସଲ କରିଛି ବୋଲି ରାଷ୍ଟ୍ରପତି କହିଥିଲେ । ଏଠାରେ ଅଧିକ ସଂଖ୍ୟକ ଛାତ୍ରୀ ପାଠ ପଢୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ନାରୀ ଶିକ୍ଷା ଦେଶ ବିକାଶର ଏକ ମୁଖ୍ୟ ଉପାଦାନ ବୋଲି ରାଷ୍ଟ୍ରପତି କହିଥିଲେ। ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ଚାକିର, ବାଣିଜ୍ୟ ଓ ବ୍ୟବସାୟ କରିବା ବଦଳରେ ନିଯୁକ୍ତିଦାତା(Job giver) ହେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଥିଲେ।

- Advertisement -

ତେବେ ତେବେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବା ବେଳେ ବିଜୁଳି ବିଭ୍ରାଟ ଦେଖାଦେଇଥିଲା।​‌ ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ବିଜୁଳି ଚାଲିଯାଇଥିଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଆଲୋକରେ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ସାରା ହଲ୍ ଅନ୍ଧାରରେ ଥିବା ବେଳେ ରାଷ୍ଟ୍ରପତି  ଭାଷଣ ଦେଇଥିଲେ । ଭାଷଣ ଛଳରେ  ରାଷ୍ଟ୍ରପତି ଆଲୋକ ଯେତିକି…, ଅନ୍ଧାର ସେତିକି… ଏଇ ଯେ ଗହନ ବନ…ପଂକ୍ତିର ଉଦାହରଣ ଦେଇଥିଲେ। ଆଜି ଆମେ ଅନ୍ଧାରରେ ବସିଛୁ ବୋଲି  ରାଷ୍ଟ୍ରପତି କହିଥିଲେ।

ସମାବର୍ତ୍ତନ ଉତ୍ସବରେ ବିଦ୍ୟାଳୟର କୁଳାଧିପତି  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories