ଶନିବାର ରାଶିଫଳ(୨୯.୦୪.୨୦୨୩)

ମେଷ :  ଧନବାନ୍‌ ହେବେ; କିନ୍ତୁ କୌଣସି ସୂତ୍ରରୁ ଅର୍ଥାଗମର ସୁଯୋଗ ମିଳିବା ଅସମ୍ଭବ ହୋଇପାରେ। କେବଳ ନିଜ ବଳାର୍ଜିତ ଧନରେ ଧନୀ ହେବେ। ଚତୁସ୍ପଦ ପ୍ରାଣୀ ଲାଭ ହେବ। ଅନ୍ନପାନାଦି ସୁଖ ମିଳିବ।

ବୃଷ : ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ସାହିତ୍ୟ, କବିତା ରଚନାରେ ପାରଙ୍ଗମ ହୋଇପାରନ୍ତି। ଦେବଦ୍ବିଜ ଭକ୍ତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବେ।

ମିଥୁନ : ପତ୍ନୀଙ୍କଠାରୁ ଧନ ଆହରଣ କରିପାରନ୍ତି। ସୁନା, ରୁପା କାରଣରୁ ଧନ ଅର୍ଜନ କରିପାରନ୍ତି। ସାଧୁ ସେବାରୁ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି। ସଦାସର୍ବଦା ହର୍ଷଯୁକ୍ତ ବିଶୁଦ୍ଧଭାଷୀ ହୋଇପାରନ୍ତି।

କର୍କଟ : ମେଧାବୀ ହେବେ। କ୍ଷିପ୍ର ଗତିଯୁକ୍ତ ହୋଇପାରନ୍ତି। ସୁକର୍ମା ହେବେ। ଗୁପ୍ତ ବିଦ୍ୟାଯୁକ୍ତ ହୋଇପାରନ୍ତି। ଗୁପ୍ତ ଧନ ପାଇବାର ସୌଭାଗ୍ୟ ରହିଛି। ଶତ୍ରୁଘାତୀ ହେବା ଆଶା କରାଯାଏ। ପ୍ରେମୀ ହେବେ।

ସିଂହ : ଭିନ୍ନ ଭିନ୍ନ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। କଥାରେ ଓ କାର୍ଯ୍ୟରେ ଜନମନ ବଶ କରିବାରେ ପାରଙ୍ଗମ ହେବେ। ମହନୀୟ ପଦପଦବୀର ମର୍ଯ୍ୟାଦା ରକ୍ଷା କରିବେ। ଚୋର ଭୟ ରହିଛି। ସାରାଦିନର ଆୟ-ବ୍ୟୟ ପ୍ରାୟ ସମାନ ହେବ।

କନ୍ୟା : ବହୁ ଉପାୟ ଅବଲମ୍ବନ କରି ଧନ ପ୍ରାପ୍ତ ହେବେ। ଶାସ୍ତ୍ରାଦି ଚିନ୍ତା ସଦା, ସର୍ବଦା ମନରେ ଲାଗିରହିଛି। ବିନୟ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସାଧୁ ନୀତି ଅବଲମ୍ବନ କରିପାରନ୍ତି। ଅଦ୍ଭୁତ ଉପାୟରେ ଧନ ଲାଭ କରିବେ।

prayash

ତୁଳା : ବାଣିଜ୍ୟ କାରବାରରୁ ପ୍ରଚୁର ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ଜଣେ ଧର୍ମାତ୍ମା ବ୍ୟକ୍ତିଭାବେ ଜନସାଧାରଣଙ୍କଠାରୁ ଦାନ ଗ୍ରହଣ କରି ସେହି ଧନକୁ ପରୋପକାରରେ ବ୍ୟୟ କରିପାରନ୍ତି।

ବିଛା : ନିରୋଗ ଶରୀର ସମ୍ପନ୍ନ ହୋଇପାରନ୍ତି। ସୁଦୃଶ୍ୟ ଅବୟବଯୁକ୍ତ ହେବେ। ଆୟୁଷ୍ମାନ୍‌ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। କାମର ବ୍ୟଥା ଉପୁଜିବାର ସମ୍ଭାବନା ଅଛି। ହାକିମ ହେବେ।

ଧନୁ : କର୍ମବୀର ସହିତ ବାକ୍ୟବୀର ହୋଇପାରନ୍ତି। କୃଚ୍ଛ୍ର ସାଧନାରେ ସିଦ୍ଧି ପ୍ରାପ୍ତି ଆଡ଼କୁ ପାଦ ବଢ଼ାଇବା ବେଳକୁ ବିଘ୍ନକାରୀମାନେ ଦାଉ ସାଧିପାରନ୍ତି। ଆଘାତପ୍ରାପ୍ତ ହେବାର ସମ୍ଭାବନା ରହିଛି।

ମକର : ସମ୍ମୁଖରେ ହେଉ ବା ପରୋକ୍ଷରେ ହେଉ ଲଢ଼େଇ ମନୋବୃତ୍ତିର ହୋଇପାରନ୍ତି। ଦାମ୍ଭିକ ପ୍ରବୃତ୍ତିର ହେବେ। ଯେତେ ହାରିଲେ ବି ଲଢ଼େଇ ଜାରି ରଖିବେ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

କୁମ୍ଭ : ଶତ୍ରୁତାର ବିନାଶ ଘଟାଇ ପାରନ୍ତି। ବିଭିନ୍ନ ସ୍ତରରୁ ସ୍ବାଗତ, ସମ୍ବର୍ଦ୍ଧନାର ସୂଚନା ମିଳୁଛି। ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଉପରେ ଧ୍ୟାନ ଦେଇପାରନ୍ତି। ସାମାନ୍ୟ ପେଟ ବ୍ୟଥା ଉପୁଜିବାର ସୂଚନା ମିଳୁଛି।

ମୀନ : ପୁତ୍ର ସ୍ଥିରମନା ହେବେ। ପତ୍ନୀ ସ୍ନେହୀ ହୋଇପାରନ୍ତି। ଅନେକ କ୍ଷେତ୍ରରେ ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ବିଳାସବ୍ୟସନ ପ୍ରତି ମନ ବଳାଇପାରନ୍ତି। କର୍ମକ୍ଷେତ୍ରକୁ ସହଜ, ସୁଲଭଭାବେ ବିବେଚିତ କରିପାରନ୍ତି।

Comments are closed.