ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଲିଖିତ ପତ୍ର ପ୍ରଦାନ

କଲ୍ୟାଣସିଂହପୁର : ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ଙ୍କ ଡ଼ାକରାରେ  କଲ୍ୟାଣସିଂହପୁର ବ୍ଲକରେ ଥିବା ସମସ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ- ଶିକ୍ଷୟିତ୍ରୀ ନ୍ୟାଯ୍ୟ ଦାବି ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଛୁଟି ପାଇଁ ବିଇଓଙ୍କୁ ଲିଖିତ ପତ୍ର ପ୍ରଦାନ କରାଯାଇଛି।
prayash
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ ଯୋଜନାଭୁକ୍ତ ସ୍ଥାନୀୟ ବ୍ଲକର ସଭାପତି ଓ ସମ୍ପାଦକଙ୍କ ମିଳିତରେ ଲିଖିତ ପତ୍ର ବିଇଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀଙ୍କୁ ପ୍ରଦାନ କରିଛନ୍ତି। ସେଥିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ ଯୋଜନାଭୁକ୍ତଙ୍କ ଦାବି ଗୁଡିକ ପୂରଣ ହୋଇନଥିବା ଯୋଗୁଁ ପୁନର୍ବାର ସଂଘ   ଡାକରାରେ ଚଳିତ ମାସ ୧୫ ତାରିଖ ଠାରୁ ଦାବି ଗୁଡିକ ପୁରାଣ ନ ହେବା ପର୍ଯ୍ୟନ୍ତ ଶୋଭାଯାତ୍ରା​‌ ସହ  ସମୂହ ଛୁଟିରେ ରହିବେ। ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷାରେ କୌଣସି ଏନପିଏସ ଭୁକ୍ତ ଓ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କାର୍ଯ୍ୟସଭାର ନ ଦେବା ପାଇଁ ସଂଘ ପକ୍ଷରୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି ।

Comments are closed.