୨ କାର ସମେତ ୮୦ କେଜି ଗଞ୍ଜେଇ ଜବତ : ୪ ଗିରଫ
ସମ୍ବଲପୁର : ଅବୈଧ୍ୟ ନିଶା କାରବାରକୁ ରୋକିବା ଅଭିଯାନ କ୍ରମରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ରବିବାର ସମ୍ବଲପୁର ଅଞ୍ଚଳରୁ ପୁର୍ନବାର ଗଞ୍ଜେଇ ଧରାପଡିଛି । ଅବକାରୀ ବିଭାଗର ଇଆଇବି ୟୁନିଟ ପକ୍ଷରୁ ଯାଞ୍ଚ ସମୟରେ ମାଝିପାଲି ଅଞ୍ଚଳରେ ବିଜୁ ଏକ୍ସପ୍ରେସ ୱେ ରେ ୨ଟି କାରରେ ୮୦ କିଗ୍ରା ଗଞ୍ଜେଇ ଚୋରା ଚାଲାଣ ସମୟରେ ଧରାପଡିଛି । ସୋନପୁର ଜିଲାରୁ ଛତିଶଗଡର ବିଳାସପୁର ଜିଲାକୁ ୨ଟି କାର ଜରିଆରେ ଅବୈଧ୍ୟ ଗଞ୍ଜେଇ ଚାଲାଣ ସମୟରେ ଅବକାରୀ ବିଭାଗ ଧରିଛି ।
ଉଭୟ ଗାଡିରେ ଯାତ୍ରା କରୁଥିବା ବିଲାସପୁର ଜିଲା ନିବାସୀ ରୋହିତ ସିଂ ଠାକୁର (୩୦), ଅଶ୍ୱିନୀ କୁମାର ବର୍ମା (୨୭), ଅଲୋକ କୁମାର ସାହୁ (୨୭) ଓ ରାହୁଲ ସିଂ ଠାକୁର (୩୨) ଙ୍କୁ ଗିରଫ କରି ୪ଟି ଜରି ବସ୍ତାରେ ଥିବା ୮୦ କିଗ୍ରା ଗଞ୍ଜେଇ ଜବତ କରିଛି । ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ୨ ଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବା ବେଳେ କାର ସମେତ ସମୁଦାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି ।
Comments are closed.