BJD Bijuli 480×75 Mob

ଅନଲାଇନ୍ ସଟ୍ଟା ଖେଳ ଉପରେ ପୁଲିସର ଚଢଉ ; ଦୁଇ ଗିରଫ, କୋର୍ଟ ଚାଲାଣ

BJD Bijuli 480×75 Mob

ରେଙ୍ଗାଲିକ୍ୟାମ୍ପ: ଅତାବିରା ପୁଲିସ ପାଟ୍ରୋଲିଂ ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଦୁଇଟି ସ୍ଥାନରେ ଅନଲାଇନ୍ ସଟ୍ଟା ଖେଳ ଉପରେ ଚଢଉ କରିଛି । ରେଙ୍ଗାଲିକ୍ୟାମ୍ପ ଛକରେ ଅତାବିରା ବ୍ଲକ କୁଲଣ୍ଡା ଗ୍ରାମର ଆକାଶ ଭୁଏ (୨୪) ନାମକ ଜଣେ ଯୁବକ ଅନଲାଇନ୍ ମାଧ୍ୟମରେ ବହୁ ଦିନରୁ ଲୋକଙ୍କୁ ସାମିଲ କରି ସଟ୍ଟା ଖେଳ ଚଳାଉ ଥିଲା। ଆଜି କୌଶଳ କ୍ରମେ ପୁଲିସ ତାକୁ ପ୍ରମାଣ ସହ ଗିରଫ କରି ତା ପାଖରେ ଥିବା ଗୋଟିଏ ମୋବାଇଲ, ୪ ଟି ସଟା ଚିଟ, ଦୁଇଟି କାର୍ବନ୍ ପେପର, ୪ଟି କଲମ, ବିଭିନ୍ନ ସଟ୍ଟା ନମ୍ୱର୍ ଥିବା ୨ ଟି ସଟା ଚାର୍ଟ, ଜବତ କରିଛି । ଏହାକୁ ଭିତ୍ତିକରି ତା ବିରୋଧରେ ଏକ କେସ ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି।

ଠିକ୍ ସେହିପରି ଲରମ୍ଭା ଛକରେ ଅମସ୍ତଲା ଗ୍ରାମର କୈଳାସ ପଞ୍ଚବିହାର (୩୨) ନାମକ ଜଣେ ଯୁବକ ମଧ୍ୟ ଅନଲାଇନ୍ ମାଧ୍ୟମରେ ସଟ୍ଟା ଖେଳ କରୁଥିବା ବେ​ଳେ ପୁଲିସ ତାକୁ  ଗିରଫ କରି ତା ପାଖରେ ଥିବା ନଗଦ ୫୪୧୦ ଟଙ୍କା, ଗୋଟିଏ  ମୋବାଇଲ, ଗୋଟିଏ ଟିଭିଏସ ବାଇକ୍, ଦୁଇଟି ପ୍ଲାଷ୍ଟିକ ଚେୟାର, ଗୋଟିଏ ଲୁହା ଟେବୁଲ୍, ଗୋଟିଏ ଲୁହା ବେଞ୍ଚ, ୩ ଟି ସଟା ଚିଟ୍,୨ ଟି କାର୍ବନ ପେପର,୨ ଟି କଲମ,ଓ ଦୁଇଟି ସଟା ଚାର୍ଟ ଜବତ କରି ତାକୁ  କୋର୍ଟ ଚାଲାଣ କରାଯାଇଛି। ଏହି ପୁଲିସ ଦଳରେ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ଏସଆଇ ରବୀନ୍ଦ୍ର ହେମ୍ରମ, ଏସଆଇ ବିପିନ ବାଗ, ସିଏସ ଆଇ ଲିଙ୍ଗରାଜ କିଶନ, ସିଏସଆଇ କବିତା ବାଗ, କନଷ୍ଟେବଳ ବି ବି ବେଡ୍ ବଜ୍ ସାମିଲ ହୋଇଥିଲେ ।

Comments are closed.