www.samajalive.in
Tuesday, December 9, 2025
15.1 C
Bhubaneswar

ବିହାର କଂଗ୍ରେସର ଅଭିନବ ପ୍ରଚାର: ମୋଦୀଙ୍କ ସହ ଜଡ଼ିତ ଦୁଇଟି ପ୍ରଶ୍ନର ଉତ୍ତର ପାଇଁ ୫ କୋଟି ପୁରସ୍କାର

ପାଟନା : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିହାର କଂଗ୍ରେସ ପକ୍ଷରୁ ଅଭିନବ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ରଚାରକୁ ଜୋରସୋର କରାଯାଇଛି। ଏବେ ବିହାର କଂଗ୍ରେସର କିଛି ନେତାଙ୍କ ଦ୍ୱାରା ରାଜଧାନୀ ପାଟନା ଏବଂ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି। ଏହି ପୋଷ୍ଟରରେ ଦୁଇଟି ପ୍ରଶ୍ନ କରାଯାଇଛି ଓ ଏହାର ଜବାବରେ ୫ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ପ୍ରଥମ ପ୍ରଶ୍ନଟି ହଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାକାଳରେ ନୂତନ ଭାବେ ନିର୍ମିତ ୩୫ଟି ବିମାନ ବନ୍ଦରର ନାମ କ’ଣ ଓ ଦ୍ୱିତୀୟ ପ୍ରଶ୍ନରେ ରାଫେଲ ଯୁଦ୍ଧ ବିମାନର ଦାମ୍ କହିବାକୁ ଉଲ୍ଲେଖ କରାଯାଇଛି। ଏହି ଦୁଇ ପ୍ରଶ୍ନର ଉତ୍ତର ଦେବା ଲୋକଙ୍କୁ ୫ କୋଟି ଟଙ୍କା ପରୁସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
କଂଗ୍ରେସ ନେତା ସିଦ୍ଧାର୍ଥ ଏବଂ ଭେଙ୍କଟେଶ ରମଣଙ୍କ ନାମରେ ଏହି ପୋଷ୍ଟର ପାଟନା ସହରସ୍ଥିତ ଆୟକର ବିଭାଗ କାନ୍ଥରେ ମରାଯାଇଛି। ଏଥିରେ ଲେଖାଯାଇଛି ‘ପୂଜା ଧମାକା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ମିତ ୩୫ ବିମାନ ବନ୍ଦରର ନାମ ଏବଂ ରାଫେଲର ଦାମ୍‍ କୁହନ୍ତୁ ଓ ୫ କୋଟି ଟଙ୍କା ପୁରସ୍କାର ଜିତନ୍ତୁ’।
ଅପରପକ୍ଷରେ ଏହି ପୋଷ୍ଟରକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହାର ଉତ୍ତର କେବଳ ରାହୁଲ ଗାନ୍ଧୀ ହିଁ ଦେଇ ପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳରେ ୩୫ଟି ନୂଆ ବିମାନ ବନ୍ଦର ନିର୍ମାଣ ହୋଇଥିବା ଦାବି କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories