www.samajalive.in
Sunday, December 7, 2025
23.1 C
Bhubaneswar

ଦକ୍ଷିଣ ରାଜ୍ୟରେ ବର୍ଷା ବିତ୍ପାତ ; ଆହୁରି ବର୍ଷିବା ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : କେରଳ ଓ କର୍ଣ୍ଣାଟକରେ ଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଲକ୍ଷାଧିକ ଲୋକଙ୍କ ଜୀବନ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଅନ୍ୟ ଦକ୍ଷିଣ ରାଜ୍ୟ ଗୁଡିକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବର୍ଷା ଅଧିକ ରୁ ଅଧିକ ହେବ। ପାଣିପାଗ ବିଭାଗ କହିବାନୁଯାୟୀ,କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ୮ ରୁ ୯ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ବର୍ଷା,ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାଛଡା କେରଳ, ଲାକ୍ଷାଦ୍ୱୀପ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ତଟୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେରଳରେ ମଧ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏଠାରେ ଚାରୋଟି ଜିଲ୍ଲା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରିଛି। ବନ୍ୟା ଯୋଗୁଁ ଏପର୍ୟ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ଥିରୁଅନନ୍ତପୁରମର ପାଲୋଡ ଅଞ୍ଚଳରେ ବନ୍ୟାରେ ଜଣେ ଆଠ ବର୍ଷର ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ବନ୍ୟାରେ ଫସି ରହିଥିଲେ।
ମଙ୍ଗଳବାର ଦିନ ତିରୁଅନନ୍ତପୁରମ୍, କୋଲ୍ଲମ, ପଠାନାମଥୀତା ଏବଂ ଇଡୁକି ଜିଲ୍ଲା ପାଇଁ ଭାରତ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ଆଲାପୁଜା, କୋଟାୟାମ ଏବଂ ଏର୍ନାକୁଲମ୍ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଏର୍ନାକୁଲମ୍, ଇଡୁକି, ଥ୍ରିଶୁର, ପଲକ୍କଡ, ମଲାପୁରମ, କୋଜିକୋଡେ, ୱାୟନାଡ ଏବଂ କନ୍ନୁର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଠାରେ ସେପ୍ଟେମ୍ବର ୭ରେ ପ୍ରବଳ ବର୍ଷା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଲଗାଣ ବର୍ଷା ଯୋଗୁଁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରବିବାର ସାରା ରାତି ସହରରେ ବର୍ଷା ଲାଗି ରହିଥିଲା। ଫଳରେ ସକାଳୁ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ରାସ୍ତାଘାଟରେ ପାଣି ଜମି ରହିବାରୁ ଯାନବାହନ ଚଳାଚଳ ଅସମ୍ଭବ ହୋଇପଡିଥିଲା।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories