www.samajalive.in
Wednesday, December 10, 2025
14.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା !

ବୁର୍ଲା:  ବୁର୍ଲା ବିଷ୍ଣୁମନ୍ଦିରପଡାରେ ଅଭାବନୀୟ ଘଟଣା ଘଟିଛି। ସୋମବାର ରାତିରେ ଜଣେ ଯୁବକଙ୍କୁ ଘରୁ ଟାଣିନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ବୁର୍ଲା ବିଷ୍ଣୁମନ୍ଦିରପଡାର ବିଜୟ ଜାଲ ବୋଲି ଜଣାପଡିଛି। ସୂଚନା ମୁତାବକ ସୋମବାର ବିଷ୍ଣୁମନ୍ଦିରପଡାର କିଛି ଯୁବକଙ୍କ ସହ ବିଜୟଙ୍କର ଯୁକ୍ତିତର୍କ ହୋଇଥିଲା।
ଏହାପରେ ଉକ୍ତ ଯୁବକମାନେ ନିଶାସକ୍ତ ଅବସ୍ଥାରେ ବିଜୟଙ୍କ ଘରେ ପହଞ୍ଚି ତାଙ୍କୁ ସଂଘବଦ୍ଧ ଭାବରେ ଧାରୁଆ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ସେ ଘରୁ ବାହାରକୁ ପଳାଇ ଆସିଥିଲେ। ତଥାପି ଦୁର୍ବୁତ୍ତ ମାନଙ୍କ କବଳରୁ ବର୍ତ୍ତି ପାରିନଥିଲେ। କ୍ଷତାକ୍ତ ଅବସ୍ଥାରେ ବିଜୟଙ୍କୁ ସେଠାରେ ଛାଡ଼ିଦେଇ ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories