www.samajalive.in
Tuesday, November 18, 2025
27.1 C
Bhubaneswar

ମହାନଦୀ କୂଳରେ ଗାଁ; ପିଇବା ପାଣି ଏମାନଙ୍କ ପାଇଁ ଏବେ ସ୍ୱପ୍ନ

ବୌଦ୍ଧ : ବୌଦ୍ଧଜିଲ୍ଲା ମହାନଦୀ କୂଳରେ ଗଢି ଉଠିଥିବା ବେଳେ ଜିଲ୍ଲାଦେଇ ସାଲୁଙ୍କି, ବାଘନଦୀ, ତେଲନଦୀ ଭଳି ଅନେକ ନଦୀ ପ୍ରବାହିତ ହେଉଛି। ଜିଲ୍ଲାରେ ଜଳ ସଂପଦ ରହି ଥିଲେ ମଧ୍ୟ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ଜଳକଷ୍ଟ ଅନୁଭୂତ ହେଉଛି। ଗୋଟିଏ ପଟେ ମହାନଦୀ ଓ ଅନ୍ୟ ନଦୀ ଗୁଡିକ ଶୁଖିଲା ପଡିଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି। ଯାହା ଫଳରେ ଜନସାଧାରଣ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

- Advertisement -

ଖରାଦିନ ଆସିଲେ ପାଣି ପାଇଁ ଲୋକଙ୍କୁ ଚିନ୍ତା ମାଡି ଆସେ। ଏଭଳି ଏକ ସ୍ଥିତି ଏବେ ବୌଦ୍ଧ ସଦର ମହକୁମାକୁ ଲାଗି ରହିଥିବା ହରଭଙ୍ଗା ବ୍ଲକର ସରସରା ପଂଚାୟତର ବଘାରପାଲି ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମ ମହାନଦୀ କୂଳରେ ଜଗନ୍ନାଥ ସଡକ ପାଶ୍ୱର୍ରେ ଅବସ୍ଥିତ। ହେଲେ ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବଘାରପାଲି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲେ ମଧ୍ୟ ଗ୍ରାମବାସୀ ପାନୀୟ ଜଳ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଇପ ବିଛା ଯାଇଥିଲେ ମଧ୍ୟ ପାଇପ ବିଛାରେ ହିଁ ସୀମିତ ହୋଇ ରହି ଯାଇଛି। ପିଇବା ପାଣି ପାଇବା ଏମାନଙ୍କ ପାଇଁ ଏବେ ସ୍ୱପ୍ନ ପାଲଟି ଯାଇଛି। ଏହି ଗ୍ରାମକୁ ଜଳ ଯୋଗାଣ ପାଇଁ ବଙ୍କାପଡା ଗ୍ରାମ ନିକଟରେ ୪୦ ହଜାର ବିଶିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରା ଯାଇଥିଲେ ମଧ୍ୟ ବଡବଙ୍କାପଡା ଓ ସାନବଙ୍କାପଡା ଗ୍ରାମବାସୀ ପାଣି ପାଉଥିବା ବେଳେ ବଘାରପାଲି ଗ୍ରାମବାସୀ ପାଣି ପାଇବା ପାଇଁ ବଂଚିତ ହୋଇଛନ୍ତି। ଗ୍ରାମରେ ତିନିଶହରୁ ଉଦ୍ଧ୍ୱର୍ ଲୋକ ବାସ କରୁଛନ୍ତି। ମହାନଦୀ ଶୁଖି ଯାଇଥିବାରୁ ଏହି ଗ୍ରାମବାସୀମାନେ ପାଣି ପାଇଁ ପ୍ରାୟ ଏକ କିଲୋମିଟର ଦୂର ମହାନଦୀକୁ ଯିବାକୁ ପଡୁଛି ତ ଆଉ କିଏ କାହା ବାଡିରେ କୂଅକୁ ଯାଇ ଲୋକମାନେ ପାଣି ଆଣି ବ୍ୟବହାର କରୁଛନ୍ତି। ଅନେକ କୂଅ ପାଣି ଖାରିଆ ରହୁଥିବାରୁ ସେଥିରେ ଭାତ ଓ ଡାଲି ରାନ୍ଧିଲେ ତାହା ଠିକ ଭାବରେ ସିଝୁ ନ ଥିବାରୁ ବାଧ୍ୟ ହୋଇନଦୀ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରୁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଜଳ ସଂଙ୍କଟ ନେଇ ଆଲୋଚନା ହୋଇଥାଏ। ଜଳ ସଂଙ୍କଟର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତି ହୋଇଥଏ। ହେଲେ ବୈଠକ ଯାହା ନିଷ୍ପତି ହୋଇଥାଏ ତାହା କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ ହେଉଛି। ପ୍ରଶାସନ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

ସମାଜଲାଇଭ ଡେସ୍କ: ରାଜଧାନୀ ଭୁବନେଶ୍ଵରରୁ ୪୭୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।...

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

Related Articles

Popular Categories