ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ଲକଡପାଜୁ ଗ୍ରାମ ନିକଟ ଜଙ୍ଗଲରେ ଚଢଉ କରାଯାଇ ୮ ଶହ କେଜି ଗଞ୍ଜେଇ ଜବତ କରିଛି। ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ଲକଡପା ଗ୍ରାମ ନିକଟ ଜଙ୍ଗଲରେ ବେଆଇନ ଭାବରେ ବ୍ୟାପକ ଗଞ୍ଜେଇ ରଖା ଯାଇଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ପୁଲିସର ଏକ ଟିମ ଜଙ୍ଗଲରେ ଚଢଉ କରିଥିଲା। ଚଢଉ ସମୟରେ ପୁଲିସ ଉକ୍ତ ସ୍ଥାନରୁ ୮୦୦ କିଲୋ ଗଞ୍ଜେଇ ଜବତ କରିଛି। ହେଲେ ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..



