www.samajalive.in
Saturday, December 6, 2025
14.1 C
Bhubaneswar

ସଲମାନଙ୍କ ଘର ବାହାରେ ଗୁଳି ଚାଳନା ମାମଲା; ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ

ମୁମ୍ବଇ: ବଲିଉଡର ଭାଇଜାନ୍‌ ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚାଳନା ମାମଲାରେ ଲରେନ୍ସ ବି‌‌ଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟକୁ ଗିରଫ କରିଛି ମୁମ୍ବଇ ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହରିୟାଣାର ଫତେହାବାଦ ନିବାସୀ ହରପାଲ ସିଂହ(୩୪) ବୋଲି ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ତା’ ନିଜ ସହରରୁ ତାକୁ ପୁଲିସ ଗିରଫ କରିଛି। ହରପାଲକୁ ମଙ୍ଗଳବାର ସକାଳେ ମୁମ୍ବଇ ଅଣାଯାଇଛି ଏବଂ ଦିନକ ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ଗୁଳି ଚାଳନା ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଗିରଫ ହୋଇଛି ହରପାଲ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୪ ତାରିଖରେ ମୁମ୍ବଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ବାସଭବନ ବାହାରେ ଦୁଇଜଣ ବାଇକ ଆରୋହୀ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚଳିତ ମାସ ଆରମ୍ଭରେ ଗିରଫ ହୋଇଥିବା ବିଷ୍ଣୋଇ ଗ୍ୟାଙ୍ଗର ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ରାଫିକ୍ ଚୌଧୁରୀଙ୍କୁ ପଚରାଉଚରା ବେଳେ ସେ ହରପାଲ ସିଂହର ନାମ ନେଇଥିବା ପୁଲିସ ସୂଚନା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories