www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକ ଫୋନ୍ ବ୍ୟବହାର କଲେ ଗୋଡାଇ ଗୋଡାଇ ମାରିବ ଷଣ୍ଢ ; ବିଶ୍ୱାସ ନ ହେଲେ ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେ ବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ ତାହା କଳ୍ପନା କରିବା ସମ୍ଭବ ନୁହେଁ। ଅନେକ ସମୟରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେବା ସହ ଭୟ ମଧ୍ୟ ଲାଗିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଯାହାକୁ ଦେଖି ଭୟଭୀତ ହୋଇଯିବେ। ତେବେ ଅଧିକ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଭିଡିଓ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ। ଏହା କେତେ ବିପଦପୂର୍ଣ୍ଣ ତାହା ମଧ୍ୟ ଜାଣି ପାରିବେ। ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ମୋବାଇଲ ଫୋନ୍ ବ୍ୟବହାର କରିବା ସମୟରେ ତାଙ୍କ ସହ ଏପରି କିଛି ଘଟିଛି। ଯାହା ବାସ୍ତବିକ ଭୟଭୀତ କରିବ।

- Advertisement -

ଭିଡିଓରେ ଆପଣ ଦେଖିପାରିବେ, ଏକ ଷଣ୍ଢ ଲୋକଙ୍କୁ ଆକ୍ରମଣ କରୁଛି। ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡୁଛନ୍ତି। ମାତ୍ର ସେହି ସମୟରେ ଜଣେ ଯୁବକ ନିଜ ମୋବାଇଲ ଫୋନରେ ଖୁବ୍ ବ୍ୟସ୍ତ ରହିଥିବା ଦେଖାଯାଉଛି। ତାଙ୍କୁ ଜଣା ମଧ୍ୟ ନାହିଁ ଆଖପାଖ ଅଞ୍ଚଳରେ କ’ଣ ଘଟୁଛି। ଅନେକଙ୍କୁ ଆକ୍ରମଣ କରିବା ସମୟରେ ହଠାତ୍ ଷଣ୍ଢଟି ଯୁବକଙ୍କ ନିକଟରେ ଅଟକି ଯାଉଛି। ଏହାପରେ ଯୁବକଙ୍କ ଉପରେ ଆକ୍ରମଣ କରୁଛି। ଥରେ ନୁହେଁ ବାରମ୍ବାର ଅନେକ ସମୟ ପର୍ଯ୍ୟନ୍ତ ଆକ୍ରମଣ କରୁଛି। ଏହାକୁ ଦେଖି ଲୋକେ ଭୟଭୀତ ସହ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଏହି ଭିଡିଓ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇ ନାହିଁ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ଖୋଲି ଯିବ ଭାଗ୍ୟ, ଦରମାରେ ବୃଦ୍ଧି, ମିଳିବ ଚାକିରି..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories