ଏହି ରାଶିର ଲୋକେ ଆଜି ଚାକିରିରେ ଉନ୍ନତି କରିବେ: ମଙ୍ଗଳବାର ରାଶିଫଳ

ମେଷ: ରାଜଯୋଗ ଅଛି। ବରିଷ୍ଠ ବ୍ୟକ୍ତିଙ୍କ ପ୍ରତି ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। କୃଷକମାନଙ୍କୁ ବୈଷୟିକ ପରାମର୍ଶ ଦେଇ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସୁସ୍ଥ ଜୀବନ ବିତାଇବେ।
ବୃଷ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସାରସ୍ବତ୍ବ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ଆପଣଙ୍କ ଶ୍ରମ ସାର୍ଥକ ସ୍ଥିତିକୁ ଦୃଢ଼ କରିବ।
ମିଥୁନ: ତ୍ୟାଗରୂପକ ଜୀବନଶୋଧନର ରାଜମାର୍ଗକୁ ଆଦରି ନେଇପାରନ୍ତି। ଏପରି ଏକ ଯୋଜନା ପ୍ରଣୟନ କରିବେ; ଯାହା ଫଳରେ ଧନାଗମର ଧାରା ଅବିଚ୍ଛନ୍ନ ରହିବ। ଆତ୍ମସଂଯମୀ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି।
କର୍କଟ: କଳା ସୃଷ୍ଟି ଲାଗି ନିର୍ମଳ ମନ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଆପଣଙ୍କର ଅଛି। ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିପାରିବେ। ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ଉଜ୍ଜ୍ବଳ ଭବିଷ୍ୟତର କାରଣ ହୋଇପାରେ।
ସିଂହ:ଏକାନ୍ତରେ କୃଚ୍ଛ୍ର ସାଧନା ଫଳବତୀ ହେବ। ଭାଷା ମଧୁର ହେବ। ଆଜି ଦିନରେ ରାଜଯୋଗ ଭୋଗ ହେଉଥିବା ଦାନ, ଧ୍ୟାନର ମହତ ପ୍ରୟାସୀ ହେବେ। ଦରିଦ୍ରନାରାୟଣ ସେବାରେ ଧନ ବ୍ୟୟ କରିବେ।
କନ୍ୟା:ସତ୍ୟପ୍ରାଜ୍ଞ ହୋଇଥିବାରୁ ରାଗ ବା କ୍ରୋଧ ଆପଣଙ୍କ ନିକଟରେ ପାଣିର ଗାର ପରି ହେବ। ସଫଳତା ପାଇବାକୁ ସାହସ, ଧୈର୍ଯ୍ୟ, ତିତିକ୍ଷା, ସତର୍କତା, ନିରୋଗତା ସଂଗଠନ ଶକ୍ତି ଆପଣଙ୍କଠାରେ ରହିଛି।
ତୁଳା: ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। କର୍ମଫଳର ବିଧାନ ଅଟଳ ଓ ଅକାଟ୍ୟ, ସଦାଚାରୀ ହେବେ। ଆପଣ ଅର୍ଜନ କରିଥିବା ଯଶ, ଦେଦୀପ୍ୟମାନ ସୂର୍ଯ୍ୟ ପରି ହୋଇପାରେ। ଦୟାଳୁ ସ୍ବଭାବସମ୍ପନ୍ନ ହେବେ।
ବିଛା: ସମର୍ପିତ ଜୀବନଯାପନ କରିପାରନ୍ତି। ନିଜ ଭିତରେ ଥିବା ଆନନ୍ଦ ସରୋବରରେ ଶୁଦ୍ଧ ସ୍ନାନ କରି ଫେରିଥିବାରୁ ଭାବ ଭକ୍ତିର ନୈବେଦ୍ୟ ଢାଳିପାରନ୍ତି। ମଧୁର, ଶାନ୍ତ ଓ ସେବକ ମନୋବୃତ୍ତିର ହେବେ।
ଧନୁ: ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରେ। ଧୈର୍ଯ୍ୟଧରି ଓ ସାହସ ସଞ୍ଚୟ କରିବାରୁ ଆକସ୍ମିକ ବିପଦର ମୁକାବିଲା କରିପାରନ୍ତି। ଅନ୍ୟର ପେଟ ଚିହ୍ନିବାର ଶକ୍ତିସମ୍ପନ୍ନ ହେବେ।
ମକର: ଭକ୍ତି ତତ୍ତ୍ବରେ ଅଭିମନ୍ତ୍ରିତ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ।
କୁମ୍ଭ:ପ୍ରକାଶିତ ଚିତ୍ତର ଅନୁଭୂତି ହେଉଛି ଜ୍ଞାନ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ଭ୍ରାତୃତ୍ବର ନିବିଡ଼ ବନ୍ଧନ ଅତୁଟ ରହିବ। ଭାଷାର ସାବଲୀଳତା ଓ ସାନ୍ଧ୍ରତା ପାଠକଙ୍କୁ ବିମୁଗ୍ଧ କରିବ।
ମୀନ : ଧର୍ମସଭାରେ ପ୍ରବଚନର ପ୍ରସ୍ତୁତିସ୍ବରୂପ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ସତ୍ୟବାଦୀ ନୀତିକୁ ଆପଣେଇ ନେଇପାରନ୍ତି। ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବେ।

Comments are closed.