www.samajalive.in
Saturday, December 6, 2025
16.1 C
Bhubaneswar

କଟକରେ ରୋଡ୍‌‌ ସୋ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ

କଟକ: ଆସନ୍ତାକାଲି କଟକରେ ରୋଡ୍‌‌ ସୋ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସି ବଜାର ଦେଇ ହେବ ରୋଡ୍‌‌ ସୋ। ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ରୋଡ୍‌‌ ସୋ। ଅପରାହ୍ନ ୪ଟାରୁ ରୋଡ ସୋ ଆରମ୍ଭ ହେବା ନେଇ କଟକ ନଗର ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହଙ୍କ କଟକ ସହ ଆସିକାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟା ୩୦ ମିନିଟରେ ଅମିତ ଶାହ ଭୁବନଶ୍ୱର ବିମାନବନ୍ଦରରେ ପହଂଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯେ।।ଗେ ସୋରଡା ଯିବେ। ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଏହାପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ। ସେଠାରୁ କଟକ ଆସି ରୋଡ୍‌‌ ସୋ କରିବାର କାର୍ଯ୍ୟକ୍ରମ ରହିଛି।

 

- Advertisement -

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories