ଯୁବ ସମାଜସେବୀ ଶଶାଙ୍କ ସାହୁଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ

ଫୁଲବାଣୀ:ମଙ୍ଗଳବାର ଏକ ଟ୍ରାକ୍ଟର ଦୂର୍ଘଟଣାରେ ଫୁଲବାଣୀର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ଦ୍ୱିତୀୟ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଅକାଳ ମୃତ୍ୟୁ ଘଟିଛି । ଶଶାଙ୍କ ଖଜୁରୀପଡା ବ୍ଲକ ରଖଲି ବେରଣା ସ୍ଥିତ ନିଜ ଫାର୍ମରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲେ। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ଶଶାଙ୍କଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଶଶାଙ୍କଙ୍କ ଅକାଳ ମୃତ୍ୟୁରେ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି।

ଶଶାଙ୍କ ସାହୁ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ବ୍ୟକ୍ତି ଥିଲେ। ସେଭ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଗଠନ କରି ଜିଲାବାସୀଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ।
ତାଙ୍କର ଅକାଳ ମୃତ୍ୟୁରେ ଆନନ୍ଦ ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ବନ୍ଦ ରହିଥିଲା। ସେହିପରି ଶଶାଙ୍କ ସାହୁଙ୍କ ମୃତ୍ୟୁ ରେ ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ଅରୂପ ଜେନା, ବିଜୟ ମହାନ୍ତି, ଅଶୋକ ମହାନ୍ତି, ସନ୍ତୋଷ ଦିଗାଲ, ନାରାୟଣ ସାହୁ, କାହ୍ନୁଚରଣ ଶତପଥୀ, ସମାଜସେବୀ ମହମଦ ଜିଆଉଦିନ, ସ୍ବାତିର ସମ୍ପାଦକ ହରିଶଙ୍କର ରାଉତ, ପ୍ରଦୀପ ଦାଶ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ନିପୀଡିତ ମୁଖ୍ୟ ରାମଚନ୍ଦ୍ର ଦାସ, ସାଲୁଙ୍କି ମୂଖ୍ୟ ଅଶୋକ ପ୍ରଧକ୍ନା, ପାହାଡ଼ ସଂଗଠନ ମୁଖ୍ୟ ପଞ୍ଚାନନ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ଶଶାଙ୍କଙ୍କ ଅକାଳ ବିୟୋଗ ଖବର ପାଇ ଫୁଲବାଣୀ ସ୍ୱେଛାସେବୀ ମହାସଂଘର ସମସ୍ତ କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି।

Comments are closed.