www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ସମୟରେ ଚୁଟି କୁଣ୍ଡାନ୍ତୁ ନାହିଁ

ବେଳେବେଳେ ଘରେ ଗୁରୁଜନ ମାନେ କହିଥାନ୍ତି ଯେ, ସନ୍ଧ୍ୟା ସମୟରେ ଏବଂ ସନ୍ଧ୍ୟା ପରେ ଝିଅମାନେ ଚୁଟି କୁଣ୍ଡାଇବା ଅନୁଚିତ। ଏପରି କହିବା ପଛରେ ଅନେକ କାରଣ ରହିଥାଏ। ଯଦି ଆପଣ ଏପରି କରୁଛନ୍ତି ତେବେ ଅଭ୍ୟାସ ବଦଳାଇ ଦିଅନ୍ତୁ।
ଆସନ୍ତୁ ଜାଣିବା ଏପରି କରିବାକୁ କାହିଁକି ବାରଣ କରାଯାଇଛି ..
ଖରାପ ଆତ୍ମାର ପ୍ରଭାବ:
ସୂର୍ଯ୍ୟାସ୍ତ ପରେ କେବେ ବି ଚୁଟି କୁଣ୍ଡାଇବା ଉଚିତ ନୁହେଁ। କାରଣ ସନ୍ଧ୍ୟା ପରେ ଖରାପ ଶକ୍ତି ବା ଆତ୍ମାଙ୍କ ପ୍ରଭାବ ବଢିଯାଇଥାଏ। ଯେଉଁ ଝିଅମାନଙ୍କର ଲମ୍ବା ଏବଂ ସୁନ୍ଦର ଚୁଟି ରହିଥାଏ ସେମାନଙ୍କ ଉପରେ ଶୀଘ୍ର ଖରାପ ଶକ୍ତିର ପ୍ରଭାବ ପଡିଥାଏ।ପରିବାର ପାଇଁ ଖରାପ:
କୁହାଯାଇଥାଏ ଯେ, ଝିଅମାନେ ରାତିରେ ଶୋଇବା ବେଳେ ଚୁଟି ବାନ୍ଧି କରି ଶୋଇବା ଉଚିତ। ରାତିରେ ଶୋଇବା ବେଳେ ସର୍ବଦା ଚୁଟିକୁ ଖୋସା କରି କିମ୍ବା ଚୁଟିକୁ ଭଲ ଭାବେ ବାନ୍ଧି ଶୁଅନ୍ତୁ। ରାତିରେ ଚୁଟି ଖୋଲା ରହିବା ଦ୍ୱାରା ପରିବାର ସଦସ୍ୟଙ୍କର ଖରାପ ହୋଇଥାଏ।
ଛିଣ୍ଡା ଚୁଟିକୁ ଧ୍ୟାନର ସହ ଫୋପାଡନ୍ତୁ:
ପୂର୍ଣ୍ଣିମା ଦିନ ଚୁଟି କୁଣ୍ଡାଇବାକୁ ମନା କରାଯାଇଛି। ଯଦି କୌଣସି ଝିଅ ପୂର୍ଣ୍ଣିମା ଦିନ ରାତିରେ ଚୁଟି କୁଣ୍ଡାଇ ଥାଏ ତେବେ ସେ ଖରାପ ଶକ୍ତିର ପ୍ରଭାବରେ ପଡି ଯାଇଥାଏ। ଛିଣ୍ଡା ଚୁଟିକୁ ସର୍ବଦା ଧ୍ୟାନର ସହ ଫୋପାଡିବା ଉଚିତ। କାରଣ ଚୁଟିକୁ ଏଣେତେଣେ ଫୋପାଡିବା ଅନୁଚିତ। କାରଣ ଏହାଦ୍ୱାରା ଖରାପ ପ୍ରକୃତିର ଲୋକମାନେ ଆପଣଙ୍କ ଚୁଟି ନେଇ ଖରାପ କାମରେ ବ୍ୟବହାର କରିଥାନ୍ତି।

ପାନିଆ ହାତରୁ ଖସିଯିବା:
ଚୁଟି କୁଣ୍ଡାଇବା ବେଳେ ଯଦି ଆପଣଙ୍କ ହାତରୁ ପାନିଆ ଖସି ଯାଏ ତେବେ ଏହା ଆପଣଙ୍କୁ ଖରାପ ଖବର ଆସିବାର ସଙ୍କେତ ଦେଇଥାଏ। ଚୁଟି ଝଡିବା ପରେ ତାକୁ ଘର ସାରା ଏପଟ ସେପଟ କରି ଫୋପାଡନ୍ତୁ ନାହିଁ। ଏହାଦ୍ୱାରା ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories