www.samajalive.in
Sunday, December 7, 2025
23.1 C
Bhubaneswar

ଜାତିସଂଘରେ ସୁଷମାଙ୍କ ଉଦ୍‍ବୋଧନ; ଆତଙ୍କବାଦୀଙ୍କୁ ମହାନ ଦର୍ଶାଉଥିବା ଦେଶ ସହ ଆଲୋଚନା ଅସମ୍ଭବ

ଜାତିସଂଘ : ଆତଙ୍କବାଦୀଙ୍କ ରକ୍ତପାତ ଓ ହତ୍ୟାକାରୀଙ୍କୁ ପ୍ରଶଂସା କରାଯିବା ପରିବେଶ ମଧ୍ୟରେ ପାକିସ୍ତାନ ସହିତ ବନ୍ଧୁତାର କଥାବାର୍ତ୍ତା ଆରମ୍ଭ କରାଯିବା ଅସମ୍ଭବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଶନିବାର ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ବୈଠକରେ ବିଶ୍ୱନେତାଙ୍କୁ ସମ୍ବୋଧନ କରି ସୁଷମା କହିଛନ୍ତି ଯେ ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ଦ୍ୱିପାକ୍ଷିକ କଥାବାର୍ତ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ପାକିସ୍ତାନକୁ ସମାଲୋଚନା କରି ସୁଷମା କହିଛନ୍ତି ଯେ ଇସଲାମାବାଦ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ଲାଗି ନୂଆଦିଲ୍ଲୀ ଅନେକବାର ଉଦ୍ୟମ କରିଛି; ମାତ୍ର ପାକିସ୍ତାନର ବ୍ୟବହାର ଯୋଗୁଁ ଭାରତ ଏହାକୁ ବନ୍ଦ ରଖିବାକୁ ବାଧ୍ୟ ହୋଇଛି। ଭାରତରେ ନିରୀହ ଲୋକଙ୍କ ଜୀବନ ନେଉଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇ ସେମାନଙ୍କ ନାମରେ ଡାକଟିକଟ ପ୍ରଚଳନ କରୁଛି। ମାନବାଧୀକାର ପରିବର୍ତ୍ତେ ଆତଙ୍କବାଦୀଙ୍କୁ ଗୁରୁତ୍ୱ ଦେଇ ପାକିସ୍ତାନ ଆତଙ୍କବାଦକୁ ନିଜର ଜାତୀୟ ନୀତି ଦର୍ଶାଉଛି।
ସୁଷମା କହିଛନ୍ତି ଯେ ବାସ୍ତବ କଥାବାର୍ତ୍ତା ପରିବର୍ତ୍ତେ ମିଛ କଥା କହି ପାକିସ୍ତାନ ଅନ୍ତର୍ଘାତୀ କାର୍ଯ୍ୟ କରୁଛି। ବାସ୍ତବ କଥାବାର୍ତ୍ତା ଦ୍ୱାରା ଜଟିଳ ସମସ୍ୟାକୁ ସମାଧାନ କରାଯାଇପାରିବ। ପାକିସ୍ତାନ ସହିତ ଅନେକ ଥର କଥାବାର୍ତ୍ତା ଆରମ୍ଭ ହୋଇଛି; ମାତ୍ର ଏହା ଅଧାରୁ ଅଟକିବାର ମୂଳ କାରଣ ହେଉଛି ପାକିସ୍ତାନର ବ୍ୟବହାର। ବିଶ୍ୱନେତାଙ୍କୁ ସୁଷମା କହିଛନ୍ତି ଯେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ ଲାଗି ପ୍ରସ୍ତାବ ଦେଲେ। ଜାତିସଂଘ ଅଧିବେଶନ ଅବସରରେ ଦୁଇଦେଶର ବିଦେଶମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ଲାଗି କହିଲେ। ଇମ୍ରାନଙ୍କ ଏହି ପ୍ରସ୍ତାବକୁ ମୋଦୀ ସ୍ୱୀକାର କଲେ ଓ କଥାବାର୍ତ୍ତା ଆରମ୍ଭ ଲାଗି ପ୍ରତିଶ୍ରୁତି ଦେଲେ। ତେବେ ଦ୍ୱିପାକ୍ଷିକ କଥାବାର୍ତ୍ତା ପ୍ରସ୍ତାବ ଦେବାର କିଛି ଘଣ୍ଟା ପରେ ପାକିସ୍ତାନ ଆତଙ୍କବାଦୀମାନେ ଭାରତର ତିନିଜଣ ସୈନିକଙ୍କୁ ହତ୍ୟା କଲେ। ପାକିସ୍ତାନର ଏହି ପ୍ରସ୍ତାବ କ’ଣ ବାସ୍ତବତାର ପରିଚାୟକ। ଆତଙ୍କବାଦକୁ ପାକିସ୍ତାନ ନିଜର ରାଷ୍ଟ୍ରନୀତି ଭାବେ ଆପଣାଇଛି। ଆମେରିକା ପାକିସ୍ତାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଆସୁଥିବାବେଳେ ଏହାର ଶତ୍ରୁ ଓସାମା ବିନ ଲାଦେନକୁ ନିଜ ମାଟିରେ ଆଶ୍ରୟ ଦେଇ ଆସୁଥିଲା।
ସୁଷମା କହିଛନ୍ତି ଯେ ବିଶ୍ୱରେ ଆତଙ୍କବାଦକୁ ଦମନ ପାଇଁ ଜାତିସଂଘ ସର୍ବସମ୍ମତିକ୍ରମେ ଆତଙ୍କବାଦ ସଂଜ୍ଞା ନିରୂପଣ କରିବା ଦରକାର। ୧୯୯୬ରେ ଭାରତ ସରକାର ସିସିଆଇଟିକୁ ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଦେଇଥିବାବେଳେ ଏହା ଏବେ ସୁଦ୍ଧା ପଡିରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories