www.samajalive.in
Sunday, December 7, 2025
26.1 C
Bhubaneswar

ବିବିଏମପି ମେୟର ନିର୍ବାଚନରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ବିଜୟୀ

ବେଙ୍ଗାଲୁରୁ : ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି)ର ମେୟର ଓ ଡେପୁଟି ମେୟର ପଦ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଗଙ୍ଗାମ୍ବିକେ ମଲ୍ଲିକାର୍ଜୁନ ମେୟର ପଦରେ ବିଜୟୀ ହୋଇଥିବାବେଳେ ଜେଡିଏସ୍‍ ପ୍ରାର୍ଥୀ ରମିଳା ଉମାଶଙ୍କର ଡେପୁଟି ମେୟର ପଦରେ ବିଜୟୀ ହୋଇଛନ୍ତି। ବିବିଏମପି ପୌର ପରିଷଦରେ ବିଜେପିର ୧୦୦ କର୍ପୋରେଟର ଥିବାବେଳେ କଂଗ୍ରେସର ୭୫ ଓ ଜେଡିଏସ୍‍ର ୧୫ କର୍ପୋରେଟର ଅଛନ୍ତି। ତେବେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ୭ ସ୍ୱାଧୀନ କର୍ପୋରେଟଙ୍କୁ ଏହି ନିର୍ବାଚନରେ ବିଜୟୀ ହୋଇଛି। ପୌରପରିଷଦର କାର୍ଯ୍ୟକାଳ ୫ବର୍ଷ ହୋଇଥିବାବେଳେ ମେୟର ଓ ଡେପୁଟି ମେୟରଙ୍କ କାର୍ଯ୍ୟକାଳ ୧୧ମାସ। ନିର୍ବାଚିତ କର୍ପୋରେଟରଙ୍କ ସହିତ ସହରର ଏମଏଲସି, ଏମଏଲଏ ଓ ସାଂସଦଙ୍କୁ ନେଇ ଗଠିତ ଇଲୋକ୍ଟୋରାଲ କଲେଜ ଏହି ନିର୍ବାଚନରେ ମତଦାନ କରିଥାନ୍ତି। ୨୦୧୫ରେ ବିବିଏମପି ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories