www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱର ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ୪୯ଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ : ଟାଇମ୍ସ ହାୟର ଏଜୁକେଶନସ୍‍ (ଟିଏଚ୍‍ଇ) ବିଶ୍ୱର ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ତାଲିକା-୨୦୧୯ର ହଜାରେ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ୪୯ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ତେବେ ଶୀର୍ଷ ୨୫୦ ମଧ୍ୟରେ ଭାରତର କୌଣସି ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ ସ୍ଥାନ ପାଇନାହାନ୍ତି। ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‍ସି) ବେଙ୍ଗାଲୁରୁ ଭାରତର ଶୀର୍ଷ ବିଶ୍ୱବିଦ୍ୟାଳୟ ସ୍ଥାନ ବଜାୟ ରଖିଛି। ଏହାପଛକୁ ଆଇଆଇଟି ଇନ୍ଦୋର ରହିଛି। ବୁଧୁବାର ପ୍ରକାଶିତ ଏହି ତାଲିକାରେ ଅକ୍ସଫୋର୍ଡ ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ସ୍ଥାନରେ ରହିଥିବା ବେଳେ କେମ୍ବ୍ରିଜ୍‍ ଦ୍ୱିତୀୟ, ଷ୍ଟାନଫୋର୍ଡ ତୃତୀୟ ଏବଂ ମାସାଚୁସେଟସ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜି ଚତୁର୍ଥ ସ୍ଥାନରେ ରହିଛନ୍ତି। ବିଶ୍ୱର ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ତାଲିକାରେ ଗତ ବର୍ଷ ଭାରତର ୪୨ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲେ। ତେବେ ଚଳିତ ଥର ଏହା ବଢି ୪୯ରେ ପହଞ୍ଚିଛି। ତାଲିକାରେ ଆଇଆଇଏସ୍‍ସି ବେଙ୍ଗାଲୁର ୨୫୧ରୁ ୩୦୦ ମଧ୍ୟରେ, ଆଇଆଇଟଇ ଇନ୍ଦୋର ୩୫୧ରୁ ୪୦୦ ଓ ଆଇଆଇଟି ବମ୍ବେ ୪୦୧ରୁ ୫୦୦ ନମ୍ବର ଶ୍ରେଣୀରେ ସ୍ଥାନ ପାଇଛନ୍ତି ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories