ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ମହିଳା ଶ୍ରମିକଙ୍କ ନେତୃତ୍ୱ ତାଲିମ ଶିବିର

ଭୁବନେଶ୍ୱର: ଅଣସଂଗଠିତ କ୍ଷେତ୍ରରେ ବିଶେଷ ଭାବେ କେନ୍ଦୁପତ୍ର ଓ ଶାଳପତ୍ର ତୋଳାଳି ଏବଂ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ମହିଳା ଶ୍ରମିକଙ୍କର ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

prayash

ଆନ୍ତର୍ଜାତିକ ଶ୍ରମିକ ମହାସଂଘ ସହାୟତାରେ ଏହି ତାଲିମ ଶିବିରକୁ ଆନ୍ତର୍ଜାତିକ ଶ୍ରମିକ ମହାସଂଘ ଦକ୍ଷିଣ ଏସିଆ ଉପସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସାଧାରଣ ସଂପାଦକ କିଶୋର ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ, ଉପସଭାପତି-ମଦନ ମୋହନ ଧଳ ତାଲିମ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ଏବଂ ରାଜ୍ୟ ମହିଳା ଶାଖା ଅଧ୍ୟକ୍ଷା ପ୍ରଣତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.