ମନ୍ଥର ଗତିରେ ଚାଲିଛି ଭୋଟ ଗଣତି, ୬ ବ୍ଲକରେ ୩ଦିନି ଧରି ଚାଲିବ ହିସାବ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାରରୁ ଭୋଟ୍ ଗଣତି ସୁରୁଖୁରୁରେ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିଲା। ୧୪ଟି ପଞ୍ଚାୟତ ସମିତି(ବ୍ଲକ)ରେ ଗଣତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ତେବେ ଯେଉଁ ଗତିରେ ଭୋଟ ଗଣତି ହେବ ବୋଲି ଆକଳନ କରାଯାଉଥିଲା ତାହା ହୋଇ ନାହିଁ। ଭୋଟ ଗଣତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ ହେଉଛି ବିଭିନ୍ନ ବ୍ଲକରୁ।

prayash

ବଲାଙ୍ଗିର ଜିଲାରେ ୩୪ ଜିଲା ପରିଷଦ ଆସନ। ପାଟଣାଗଡ, ବେଲପଡ଼ା, ମୁରିବାହାଲ, ପୁଇଁନ୍ତଲା, ଟିଟିଲାଗଡ ଓ ସଇଁନ୍ତଲା ବ୍ଲକରେ ୩ଟି ଲେଖାଏଁ ଜିଲା ପରିଷଦ ଆସନ ଥିବାରୁ ଏଠାରେ ଭୋଟ୍ ଗଣତି ୨୮ ତାରିଖ ଯାଏ ଚାଲିବ ବୋଲି ଜଣାପଡିଛି। ସେହିପରି ଅବଶିଷ୍ଟ ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା, ବଲାଙ୍ଗିର, ଦେଓଗାଁ, ଗୁଡଭେଲା, ଲୋଇସିଂହା ଓ ଆଗଲପୁର ବ୍ଲକରେ ୨୬ ଓ ୨୭ ଦୁଇ ଦିନ ଧରି ଭୋଟ ଗଣତି ଚାଲିବ ବୋଲି ସୂଚନା ମିଳିଛି। ଜିଲାର ୩୧୭ ପଞ୍ଚାୟତରୁ ୩୦୫ ପଞ୍ଚାୟତରେ ୧୩୬୬, ୨୯୧ ପଞ୍ଚାୟତର ୧୧୩୫ ସମିତି ସଭ୍ୟ ଓ ୧୧୯ଜଣ ଜିଲା ପରିଷଦ ପ୍ରାର୍ଥୀ ରହିଛନ୍ତି। ଭୋଟ ଗଣତି କରାଯାଉଥିବା ୧୪ଟି କେନ୍ଦ୍ର ପାଇଁ ୫୮୮ଜଣ ଗଣତି କର୍ମଚାରୀ, ଜଣେ ଲେଖାଏଁ ନୋଡାଲ ଅଧିକାରୀ, ନିର୍ବାଚନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗଣତି ପାଇଁ ୧୪୭ ଗଣତି ନିରୀକ୍ଷକ, ୨୯୪ ଗଣତି ସହାୟକ ଓ ୧୪୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ପ୍ରତି କେନ୍ଦ୍ରରେ ନୋଡାଲ ଅଧିକାରୀଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଭୋଟ ଗଣତି ପରିଚାଳନା କରିବେ। ଏଥିସହିତ ଗଣ୍ଡଗୋଳ ଏଡାଇବା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ କେନ୍ଦ୍ରରେ କଡ଼ାକଡ଼ି କରାଯାଇଛି। ପ୍ରଥମ ଦିନ ଭୋଟ ଗଣତିରେ ସେଭଳି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନାହିଁ।

kalyan agarbati

Comments are closed.