ସମ୍ବର୍ଦ୍ଧିତ ହେଲେ ପ୍ରିଜାଇଡ଼ିଙ୍ଗ ଅଫିସର
ଦେଓଗାଁ: ସରକାରଙ୍କ ନିର୍ଦେଶ ମୁତାବତ ଭୋଟ ଦାନ କେନ୍ଦ୍ରରେ ନିଯୁକ୍ତି ହୋଇଥିଲେ ଜଣେ ପ୍ରିଜାଇଡ଼ିଙ୍ଗ ଅଫିସର୍। ସେହି ନିର୍ଦେଶ ଅନୁସାରେ ବ୍ଲକରେ ଯୋଗଦେଇ ଭୋଟଦାନ କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ। ହେଲେ ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇଥିଲା। ଏହି ପ୍ରିଜାଇଡ଼ିଙ୍ଗ ଅଫିସରଙ୍କ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ରିଜର୍ଭରେ ଥିବା ଜଣେ ପ୍ରିଜାଇଡ଼ିଙ୍ଗ ଅଫିସର୍ଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ରେଙ୍ଗାଳୀ ବୁଥ ନଂ ୫ରେ ପ୍ରିଜାଇଡ଼ିଙ୍ଗ ଅଫିସର ଭାବେ ନିଯୁକ୍ତି ହୋଇଥିଲେ ନନ୍ଦିକିଶୋର ମାଝୀ। ସୋମବାର ରାତିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସ୍ଥାନରେ ରିଜର୍ଭରେ ଥିବା ପାଟଣାଗଡ଼ କେନ୍ଦୁମୁଣ୍ଡିର ରାଧାକାନ୍ତ ମେହେରଙ୍କୁ ପ୍ରିଜାଇଡ଼ିଙ୍ଗ ଅଫିସରଙ୍କୁ ଦାୟିତ୍ବ ଦେଇଥିଲେ ତହସିଲଦାର ଯୁଗଳ କିଶୋର ବିଶ୍ବାଲ।
ନିର୍ବାଚନକୁ ମାତ୍ର ୧୦ଘଣ୍ଟା ଥିବା ବେଳେ ନୂତନ ପ୍ରିଜାଇଡ଼ିଙ୍ଗ ଅଫିସର୍ ନିଯୁକ୍ତି ହୋଇ ଠିକଭାବେ ନିର୍ବାଚନ ପରିଚାଳନା କରିଥିବାରୁ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟରେ ଉକ୍ତ ଅଫିସରଙ୍କୁ ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲାପାଳ ଲମ୍ବୋଦର ଧରୁଆ, ବିଡ଼ିଓ ମୂରଳୀଧର ନାୟକ, ତହସିଲଦାର ଯୁଗଳକିଶୋର ବିଶ୍ବାଳ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.