ଆଶାୟୀ ଜଗି ବସିଛନ୍ତି ଷ୍ଟ୍ରଙ୍ଗ ରୁମ୍

ବଲାଙ୍ଗିର: ଗତ ୧୮ ତାରିଖରୁ ପୁଇଁନ୍ତଲା, ଲୋଇସିଂହା ଓ ଆଗଲପୁର ପଞ୍ଚାୟତ ସମିତିରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ପୁଇଁନ୍ତଲା ପଞ୍ଚାୟତ ସମିତିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପଞ୍ଚାୟତ ସମିତିର ଷ୍ଟ୍ରଙ୍ଗ ରୁମରେ ମତଦାତାଙ୍କ ବେଲେଟ୍ ବାକ୍ସ ରଖାଯାଇଛି। ଆଉ ଏହାକୁ ଦିନ ରାତି ପାଳି କରି ଆଶାୟୀ ପ୍ରାର୍ଥୀ ଓ କର୍ମୀ ଜଗି ବସିଛନ୍ତି। କାରଣ ପ୍ରଶାସନ ଓ ପୁଲିସ କାହା ଉପରେ ନାହିଁ ଆଶାୟୀ ପ୍ରାର୍ଥୀଙ୍କ ଭରସା। ଭୋଟ୍ ବାକ୍ସ ଅଦଳବଦଳ କି ଚୋରି ହୋଇଯିବ, ସେହି ଆଶଙ୍କା କରି ପୁଇଁନ୍ତଲା ପଞ୍ଚାୟତ ସମିତି ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରେ ଆଶାୟୀ ଓ କର୍ମୀ ଜଗି ରହୁଥିବା ଜଣାପଡିଛି।

kalyan agarbati

Comments are closed.