ନିୟମଗିରି ଡଙ୍ଗରିଆ ଦେଲେ ଭୋଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ତୃତୀୟ ପର୍ଯ୍ୟାୟରେ ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ଆଦିମ ଡଙ୍ଗରିଆ ମହିଳା,ପୁରଷ ନିଜନିଜର ମତ ସାବ୍ୟସ୍ତ କରିଛନ୍ତି। ପାର୍ସାଲି ପଞ୍ଚାୟତରେ ମୋଟ ୧୧ଟି ୱାର୍ଡକୁ ୯ଟି ବୁଥ କରାଯାଇଛି। ବୁଡୁଣିରେ ଦୁଇଟି, ଚାଟିକଣାରେ ଦୁଇଟି ପାତଲମ୍ବାରେ ଗୋଟିଏ ପାର୍ସାଲିରେ ଗୋଟିଏ , ପାଞ୍ଚକୋଡିରେ ଗୋଟିଏ ବୁଥ ରହିଛି। ମତଦାନରେ ଲାଖପଦର ଗ୍ରାମର ନିୟମଗିରି ଆବାହାକ ଲଦ ସିକକା ଆସି ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ କେଉଁ କାରଣରୁ ଡଙ୍ଗାମାଟିରେ ବୁଥ ନ କରି ବୁଡୁଣୀରେ କରାଯାଇଛି । ଡଙ୍ଗାମାଟିରେ ମତଦାନ କରାଯାଇଥିଲେ ଅଧିକ ଲୋକ ଭୋଟ ଦେଇଥାନ୍ତେ, ବୁଡୁଣିରେ ହେଉଥିବାରୁ ଲୋକେ ଭୟ ହୋଇ କିଛି ଲୋକ ଭୋଟ ଦେବାକୁ ଆସିନାହାନ୍ତି।

 

prayash

ଆମେ ପ୍ରାୟ ୧୫ବର୍ଷ ହେବ ପଞ୍ଚାୟତ ଭୋଟ ଦେଉ ନ ଥିଲୁ। କେବଳ ୩୨ଖଣ୍ଡ ଗାଁ ଲୋକଙ୍କ ମତ ନେଇ କେବଳ ସରପଞ୍ଚ, ସମିତି, ୱାର୍ଡ ସଭ୍ୟ ଙ୍କୁ ଚୟନ କରି ନିର୍ଦ୍ୱନ୍ଦରେ ନିର୍ବାଚନରେ ଜିତାଉଥିଲୁ। ଚଳିତ ନିର୍ବାଚନରେ ମନ ପସନ୍ଦର ପ୍ରାର୍ଥୀ ଚୟନ କରି ଭୋଟ ଦେଇଛୁ। ସବୁ ମତଦାନ କେନ୍ଦ୍ରରେ ସୁରକ୍ଷା ବାହିନୀ ନିୟୋଜିତ ରହିଥିବାବେଳେ ନିୟମଗିରି ପାହାଡ଼କୁ ଡିଭିଏଫ, ସିଆରପିଏଫ ଯବାନମାନେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିଲେ ହେଁ ଉକ୍ତ ଅଞ୍ଚଳରେ କିଛି ଭୋଟରଙ୍କ ଭୋଟର ତାଲିକାରେ ନାମ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

kalyan agarbati

Comments are closed.