ଇସଲାମାବାଦ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି। ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି। ସେ ଦ୍ବିତୀୟ ପତ୍ନୀଙ୍କୁ ଏଥିପାଇଁ ଛାଡ଼ପତ୍ର ଦେଇଛନ୍ତି। ଛାଡ଼ପତ୍ର ଦେବାର ୨୪ଘଣ୍ଟା ନ ପୂରୁଣୁ ତୃତୀୟ ବିବାହ କରିଛନ୍ତି। ଲିୟାକତ୍ଙ୍କୁ ଏବେ ୪୯ବର୍ଷ ହୋଇଥିବାବେଳେ ପତ୍ନୀ ସୈଦା ଦାନିଆ ଶାହଙ୍କୁ ମାତ୍ର ୧୮ବର୍ଷ। ସେ ଜଣେ ବିଦ୍ୟାଳୟ ଛାତ୍ରୀ ବୋଲି ଜଣାପଡ଼ିଛି। ଇମ୍ରାନ୍ ଖାଁଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସଂସଦ ଲିୟାକତ୍ଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଇମ୍ରାନ ମଧ୍ୟ ତିନି ଥର ବିବାହ କରିଛନ୍ତି।
Popular Categories



