www.samajalive.in
Monday, December 15, 2025
24.1 C
Bhubaneswar

୨୭୫ ଜଣ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ତାଲିମ

ପାଟଣା: ପାଟଣା ବ୍ଲକରେ କାର୍ଯ୍ୟରତ ୨୭୫ ଜଣ ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ୨ ଦିନିଆ ସ୍ବାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ପଞ୍ଚାୟତିରାଜ ନିର୍ବାଚନ ପରିଚାଳନା ସଂକ୍ରାନ୍ତିୟ ସବିଶେଷ ତାଲିମ ପ୍ରଦାନ କରାଯାଇଛି। ୪ଟି ଦଳରେ ୪୦ ଜଣ କରି ଓ ତିନୋଟି ଦଳରେ ୪୦ ଜଣ କରି ଓ ଗୋଟିଏ ଦଳର ୧୩ ଜଣ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ ସହ ଭୋଟ ବାକ୍ସରେ ଭୋଟ ଗ୍ରହଣ, ବୁଥ କୁ ଯିବା ପୂର୍ବରୁ ଓ ପରର କାର୍ଯ୍ୟଧାରା ସମ୍ପର୍କରେ ଶିବିରାର୍ଥୀ ଅଧିକାରୀଙ୍କୁ ପ୍ରଦର୍ଶନ ଓ ଭିଡ଼ିଓ ପ୍ରଦର୍ଶନ ଜରିଆରେ ବୁଝାଇ ଦିଆଯାଇଥିଲା।

ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଓ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ଓ ପ୍ରଗତି ସହାୟକ ନିତ୍ୟାନନ୍ଦ ଦାଶ, ଏବିଇଓ ସଚ୍ଚିଦାନନ୍ଦ ସେଠୀ ଓ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକ ଭାବେ ଯଥାକ୍ରମେ ବିନୋଦ କୁମାର ସାହୁ, ହିତେଶ କୁମାର ନାଏକ, ବେଦବ୍ୟାସ ମହାନ୍ତ ଓ ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଆଜି ଶିବିର ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇ ନିର୍ବାଚନ ପରିଚାଳନା ସଂକ୍ରାନ୍ତିୟ ଶିବିରାର୍ଥୀମାନଙ୍କ ମନରେ ଥିବା ସଂଶୟକୁ ସହଜ ଓ ସରଳ ଭାବରେ ବୁଝାଇ ଦେଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories