www.samajalive.in
Monday, December 15, 2025
16.1 C
Bhubaneswar

ମାଛ ବିକ୍ରୀ କରୁଥିବା ମହିଳାଙ୍କ ଠାରୁ ଟଙ୍କା ଲୁଟ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରୋଡରେ ମଙ୍ଗଳବାର ମଧ୍ୟାହ୍ନ ‌୧୨ଟା ବେଳେ ଜଣେ ମାଛ ବିକ୍ରୀ କରୁଥିବା ମହିଳାଙ୍କୁ ୨୦ ହଜାର ଟଙ୍କା ମିଳିବା ଲୋଭ ଦେଖାଇ ତାଙ୍କ ଠାରେ ଥିବା ୯୩୦ ଟଙ୍କା ଲୁଟ କରି ନେଇଯାଇଥିବା ଅଭିଯୋଗ ହୋଇଛି। କତୁରୁ ଗ୍ରାମର ମତ୍ସ୍ୟଜୀବୀ ମହିଳା ତଥା ଗାଁ ଗାଁ ବୁଲି ମାଛ ବିକ୍ରି କରୁଥିବା ଶଶି ବେହେରା କନିଷି ଅଞ୍ଚଳରେ ମାଛ ବିକ୍ରୀ କରିବା ସମୟରେ ତୁଳୁ ରୋଡ ଠାରେ ଅଚାନକ ଜଣେ ଯୁବକ ମୋଟରସାଇକେଲରେ ଆସି ଶଶିକୁ ଭଲ ଅଛ କି ମା ବୋଲି ସମ୍ବୋଧନ କରି କଥାବାର୍ତ୍ତା କରିଥିଲେ। ଏହା ପରେ ତାଙ୍କ ସ୍ବାମୀଙ୍କ ଦେହ ବିଷୟରେ ପଚାରିବା ସହ ମହିଳାଙ୍କ ଠାରୁ ତାଙ୍କ ସ୍ବାମୀ ଲକ୍ଷ୍ମଣ ବେହେରାଙ୍କ ଆଖି ଅପରେସନ ନେଇ ଆଲୋଚନା କରିଥିଲେ।ଏହା ସହ ତାଙ୍କୁ ଅପରେସନ ବାବଦରେ ୨୦ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି କହିଥିଲେ।

ସହାୟତା ରାଶି ପାଇବା ପାଇଁ ମହିଳାଙ୍କୁ ୨ ହଜାର ଟଙ୍କା ତାଙ୍କୁ ଦେବା ପାଇଁ କହିବା ସହ ଏକ ଫର୍ମ ପୂରଣ ନିମନ୍ତେ ୧୩୦ ଟଙ୍କା ଦେବାକୁ କହିଥିଲେ। ଏଥିରେ ମହିଳା ଜଣଙ୍କ ବିଶ୍ବାସ କରିବା ସହ ତାଙ୍କ ନିକଟରେ ମାଛ ବିକ୍ରି ରଖିଥିବା ୯୩୦ ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ପାଇବା ପରେ ଯୁବକ ଜଣଙ୍କ ବ୍ୟାଙ୍କକୁ ଯାଇ ଟଂକା ନେଇ ଫେରୁଥିବା କହି ସେଠାରୁ ଫେରାର ହୋଇ ଯାଇଥିଲେ। ମହିଳା ଜଣଙ୍କ ଅନେକ ସମୟ ଧରି ଉକ୍ତ ରାସ୍ତାରେ ଅପେକ୍ଷା କରିବା ପରେ ଯୁବକ ଜଣଙ୍କ ନ ଫେରିବାରୁ ସେ ଠକାମୀର ଶିକାର ହୋଇଥିବା ଜାଣି ପାରି ସ୍ଥାନୀୟ ଲୋକଙ୍କୁ ଏହା ନେଇ ଜଣାଇଥିଲେ। ସ୍ଥାନୀୟ ଲୋକମାନେ ଏହା ଜାଣି ଉକ୍ତ ସ୍ଥାନରେ ଥିବା କେତେକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ସୁଦ୍ଧା ଠକର କୈାଣସି ସନ୍ଧାନ ପାଇ ପାରିନଥିଲେ। ଶେଷରେ ମହିଳା ଜଣଙ୍କ କାନ୍ଦି କାନ୍ଦି ଘରକୁ ଫେରି ଯାଇଥିବା ଦେଖିବାକୁ ମିଳିଥିଲା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories