www.samajalive.in
Monday, December 15, 2025
24.1 C
Bhubaneswar

ମୋହନା ଗ୍ରସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଓ କେନ୍ଦ୍ର ସମ୍ପାଦକ

ମୋହନା: ପଂଚୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋହନା ବ୍ଳକରେ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଲଢେ଼ଇ ଜୋରଦାର ଆରମ୍ଭ ହୋଇଛି। ମୋହନା ନିର୍ବାଚନ ମଣ୍ଡଳୀରେ ନିଜ ଗଡ଼ ଜିତିବା ପାଇଁ ୩ ଦଳ ମଧ୍ୟରେ ପ୍ରଚାର , ପ୍ରସାର ଜୋର ଧରିଛି। ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ବହୁ ନେତା ଆସି ମୋହନାର ବିଭିନ୍ନ ସ୍ଥାନରେ ଡେରା ମାରି କର୍ମୀ ଓ ପ୍ରାର୍ଥୀଙ୍କୁ କର୍ଣ୍ଣମନ୍ତ୍ର ଦେଉଥିବା ବେଳେ କଂଗ୍ରେସ ବିଧାୟକ ନିଜେ ଦଳୀୟ ପ୍ରାର୍ଥି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପିର ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ଓ କେନ୍ଦ୍ର ସମ୍ପାଦିକା ତଥା ଓଡିଶା ପ୍ରଭାରୀ ଡି. ପୁରେନ୍ଦଶ୍ୱରୀ ମୋହନା ଜୋନ ନଂ ୯ କାର୍ଯ୍ୟାଳୟରେ ପହଞ୍ଚି ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ମଲ୍ଲିକ , ରା. ଉଦୟଗିରି ଜୋନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ଗିରି, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ପ୍ରାର୍ଥି ବିଶ୍ୱନାଥ ବିଷୋଇରତ୍ନଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ବିଜେପି କର୍ମୀମାନେ ଉପସ୍ଥିତ ରହି ଉଭୟ ରାଜନେତାଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ। କର୍ମୀ ଓ ପ୍ରାର୍ଥୀମାନଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଅଡ଼ବା ଜୋନକୁ ଗ୍ରସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଉପସଭାପତି ବାପୁନି ସୁଆର, ସହସମ୍ପଦକ କାମଦେବ ବଡ଼ନାୟକ, ସତ୍ୟ ଦଣ୍ଡସେନା, ପ୍ରଭାତ ପାତ୍ର, ସୁଧୀର ପାଇକ, ମନୋଜ ସାହୁ, ବ୍ରହ୍ମା ଶଙ୍କର ସାହୁ, ଜିତୁ ବିଷୋଇରତ୍ନ, ମାନସ ପଟ୍ଟନାୟକଙ୍କ ସମେତ ବହୁ ବିଜେପି କର୍ମୀ ରା.ଉଦୟଗିରି, ମୋହନା, ଅଡବା ଓ ଚନ୍ଦ୍ରଗିରି ଠାରେ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories