www.samajalive.in
Monday, December 15, 2025
16.1 C
Bhubaneswar

ବ୍ରହ୍ମପୁର ଏସପିଙ୍କ ଅତି ସମ୍ବେଦନଶୀଳ ଗ୍ରାମ ଗସ୍ତ

ଗୋପାଳପୁର: ଆସନ୍ତା ୧୮ ତାରିଖରେ ରଙ୍ଗେଇଲୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଆଉ ୧୦ ଦିନ ବାକି ରହିଥିବା ବେଳେ ଗାଁ ଗାଁରେ ପ୍ରଚାର ଜମିବା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ପୁଲିସ ପକ୍ଷରୁ କେତକ ଗାଁର ବୁଥକୁ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର କୋଳିଥି ଗାଁ, କୋଠରାସିଂ ସମେତ ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳୀ ଏବଂ ମାଧବନ୍ଧ ପ୍ରଭୃତି ଗ୍ରାମ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ କୈାଣସି ସମୟରେ ମଧ୍ୟ କୈାଣସି ରାଜନୈତିକ ହିଂସା କିମ୍ବା ଅସାମାଜିକ କାର୍ଯ୍ୟକଳାପ ହେବାର ଆଶଙ୍କା ରହିଥିଲେ ତୁରନ୍ତ ସ୍ଥାନୀୟ ପୁଲିସକୁ ଅବଗତ କରାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଗସ୍ତ ସମୟରେ ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ସମେତ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories