www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ; ହାତମାରିଲେ ଉଠିଯାଉଛି ପିଚୁ

ହରଭଙ୍ଗା: ବହୁଦିନର ଦାବୀ ପରେ ଗାଁକୁ କୋଟି କୋଟି ଟଙ୍କା ଅନୁଦାନରେ ତିଆରି ହେଉଛି ରାସ୍ତା। ରାସ୍ତା ନିର୍ମାଣ କାର୍ଯ୍ୟ ଦେଖି ଏହି ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚ/ଛଅ ଖଣ୍ଡ ଗାଁ ଲୋକଙ୍କ ମନରେ ଖୁସି କହିଲେ ନସରେ। ମାତ୍ର ଗାଁ ପରିମଳ ଧୋବା ତୋଠରୁ ପରିକା ରାସ୍ତା କାର୍ଯ୍ୟ ପ୍ରାରମ୍ଭରୁ ନିମ୍ନମାନର ଚିପସ, ମେଟାଲ ପିଚୁରେ ରାସ୍ତାକାର୍ଯ୍ୟ କରାଯିବାକୁ ନେଇ ସ୍ଥାନୀୟ ଯୁବ ସଚେତନ ନାଗରିକ ଠିକାଦାର ପୋଷାନୀତିରେ ଚାଲିଥିବା କାର୍ଯ୍ୟକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ଦୀର୍ଘ ୭ କିଲୋମିଟର ରାସ୍ତା କାର୍ଯ୍ୟରେ। ପ୍ରକାଶ ଯେ, ଗ୍ରାମ୍ୟ ନିର୍ମାଣ ବିଭାଜନ ବୌଦ୍ଧ ଅଧିନରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୩୯୪.୮୯ଲକ୍ଷ ଟଙ୍କା ବ୍ୟୟ ବରାଦରେ ପୂର୍ତବିଭାଗ ରାସ୍ତାଠାରୁ ଜାମ୍ମୁପଦର ପର୍ଯ୍ୟନ୍ତ ଦୀର୍ଘ ୭କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୨ଜାନୁୟାରୀ ୨୦୨୧ରୁ କାର୍ଯ୍ୟ ଆରମ୍ଭ ହୋଇ ୨୨ଜାନୁୟାରୀ ୨୦୨୨ ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷପାଇଁ ସମୟ ଧାର୍ଯ୍ୟ ରହିଛି। ମାତ୍ର ଏକ ବର୍ଷ ପରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ।

- Advertisement -

ଅନ୍ୟପଟେ ଦୀର୍ଘ ୭କିମି ରାସ୍ତା ମଧ୍ୟରୁ ଗତ ପାଞ୍ଚ ଦିନତଳେ ପିଚୁ ହୋଇଥିବା ଦୀର୍ଘ ୨କିମି ରାସ୍ତାରୁ ହାତ ମାରିଲେ ପିଚୁ ଉଠିଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଯନ୍ତ୍ରୀ ଠିକଦାର ମଧୁଚନ୍ଦ୍ରିକାରେ ଚାଲିଥିବା ସ୍ଥାନୀୟ ଯୁବ ସଚେତନ ନାଗରିକ ବିପିନ ଠାକୁର, ଅକ୍ଷୟ ଦାସ, ଗଗନ ଦେହୁରୀ, ବାଦଲ ବେହେରା, ସୌରଭ ଦାସ, ଉତ୍କଳ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ସଚେତନ ନାଗରିକମାନେ ବିଭାଗୀୟ କମିଶନରଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ଏ ଦିଗରେ ବିଭାଗୀୟ କତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories