www.samajalive.in
Sunday, December 7, 2025
16.1 C
Bhubaneswar

ମୋ ଭୋଟ୍‍, ମୋ ଅଧିକାର ସମ୍ପର୍କିତ ଆଭାସୀ କର୍ମଶାଳା

କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ କେନ୍ଦୁଝର ତରଫରୁ ‘ମୋ ଭୋଟ୍‍, ମୋ ଅଧିକାର’ ସଂପର୍କିତ ଏକ ଆଭାସୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବୃନ୍ଦାବନ ରାଉଳ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ସନ୍ତୋଷୀମା ଡିଗ୍ରୀ କଲେଜର ଅଧ୍ୟାପକ ଅମୀୟ କୁମାର ସାମନ୍ତରା ଯୋଗ ଦେଇଥିଲେ। ଶ୍ରୀ ରାଉଳ ମୁଖ୍ୟ ବକ୍ତାଭାବେ ଯୁବ ଭୋଟରମାନଙ୍କୁ ଗଣତନ୍ତ୍ରର ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଆହ୍ୱାନ କରିଥିଲେ ଏବଂ ନକଲି ଭୋଟର ଭୟାବହତା ସମ୍ପର୍କରେ ଅବଗତ କରିଥିଲେ।

କାର୍ଯ୍ୟକ୍ରମର ସଭାପତି ଅଖିଳ କୁମାର ମିଶ୍ର ଭୋଟଦାନ ଏକ ମହତ ଦାନ ତଥା ପ୍ରତ୍ୟେକ ବ୍ୟକ୍ତି ନିଜର ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ବକ୍ତାଭାବେ ଶ୍ରୀ ସାମନ୍ତରା ନୂତନ ଭୋଟରମାନଙ୍କୁ ବିଭିନ୍ନ ପ୍ରଲୋଭନର ବଶବର୍ତୀ ନ ହୋଇ ନିଜର ବୁଦ୍ଧି ଏବଂ ବିବେକ ଦ୍ୱାରା ଭୋଟଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ ଅଧିକାରୀ ପାର୍ଥସାରଥୀ ମଲ୍ଲିକ ପରିଚାଳନା କରିଥିବା ବେଳେ ଜୀବନ କୁମାର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories