www.samajalive.in
Tuesday, December 9, 2025
15.1 C
Bhubaneswar

ସୈାଭାଗ୍ୟ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି, ଏସ୍‍ପିଙ୍କୁ ଦାବିପତ୍ର

ନବରଙ୍ଗପୁର,ତା୧୪ା୯(ନି.ପ୍ର): ବିଦ୍ୟୁତ ବିଭାଗ ଦ୍ୱାରା କେନ୍ଦ୍ରସରକାରଙ୍କର ‘ସୈାଭାଗ୍ୟଯୋଜନା’ରେ ଦୁର୍ନୀତି ଓ ଏଥିରେ ପୁଲିସ ବିଭାଗର ସଂପୃକ୍ତ ନେଇ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଜିଲା ଭାରତୀୟ ଜନତାପାର୍ଟି ପକ୍ଷରୁ ଜିଲାପୁଲିସ କାର୍ଯ୍ୟର୍ାଳୟକୁ ଯାଇ ଏସ୍‍ପିଙ୍କର ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କିଛି ମାସହେଲାବ ବିଦ୍ୟୁତ ବିଭାଗ ଦ୍ୱାରା କେନ୍ଦ୍ର ଓ ରାଜ୍ୟସରକାରଙ୍କର ବିଭିନ୍ନ ଯୋଜନାରେ ଦୁର୍ନୀତ ହେଉଥିବା ସଂପର୍କରେ ବିଭିନ୍ନ ସାମ୍ବାଦପତ୍ରରେ ପ୍ରକାଶିତ ହୋଇଛି। ଯାହାକୁ ନେଇ ଜିଲା ଓ ରାଜ୍ୟରେ ଅଲୋଡନ ସୃୃଷ୍ଟି ହୋଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସତ୍ୟାସତ୍ୟଅନୁସନ୍ଧାନ କରିବାରୁ ଜଣାପଡିଲା ଯେ, କେନ୍ଦ୍ର ସରକାର ଙ୍କର ଗରୀବ ପାଇଁ ଉଦ୍ଧିଷ୍ଟ ସୈାଭଗ୍ୟ ଯୋଜନାକୁ ଏହି ଜିଲାରେ ବ୍ୟାପକ ଭାବେ ବ୍ୟତିକ୍ରମ କରାଯାଇଛି। ନବରଙ୍ଗପୁରର ରିଜର୍ଭପୁଲିସ କ୍ୱାର୍ଟରମାନଙ୍କରେ ଏହି ଯୋଜନାରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଗୁରୁତର ଅଭିଯୋଗ କରାଯାଇଛି।ଯେଉଁ ବିଭାଗର ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛି। ସେହି ବିଭାଗ ଦୁର୍ନୀତି ରେ ଲିପ୍ତ ହେବାର ପ୍ରମାଣ ମିଳିଛି।

 

- Advertisement -

ପୁଲିସ ବିଭାଗ ଓ ବିଦ୍ୟୁତ ବିଭାଗ ଗରୀବଙ୍କର ଅର୍ଥକୁ ଆତ୍ମସାତ ଓ ବାଟ ମାରଣ।। ରେ ଲିପ୍ତଥିବା ଅଭିଯୋଗ ରେ ଦର୍ଶାଯାଇଛି। ଯାହାଦ୍ୱାର ଜିଲାବାସୀ ବିଭିନ୍ନ ଅସୁବିଧାର ସମ୍‍ୁଖୀନ ହେଉଛନ୍ତି। ପ୍ରମାଣସ୍ୱରୂପ କିଛି ଫୋଟ ଓ ଉପଭୋକ୍ତାଙ୍କର ଘରକୁ ସଂଯୋଗ ହୋଇଥିବା ତାର ଓ ମିଟର ଫୋଟ ସଂଲଗ୍ନ କରାଯାଇଛି। ତେଣୁ ଏହାର ତଦନ୍ତ କରି ଦୁର୍ନୀତଗ୍ରସ୍ତ ଅଧିକାରୀ ଓ ଦୁର୍ନୀତିରେ ସଂପୃକ୍ତଥିବା ସମସ୍ତ କର୍ମଚାରୀଙ୍କର ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ଜିଲା ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ,ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ , ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ କୁମାର ପୂଜାରୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ଜିଲାଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁଦାଶ, ଜୟପୁର ନେତା ଗୈାତମ ସାମନ୍ତରାୟ ,ନଗର ସଭାପତି ପିଣ୍ଟୁ ମିଶ୍ର ସମେତ ବହୁକାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories