www.samajalive.in
Monday, December 15, 2025
24.1 C
Bhubaneswar

ଆକାଶବାଣୀର ବରିଷ୍ଠ ଉପସ୍ଥାପକଙ୍କ ପରଲୋକ

କଟକ: ଆକାଶବାଣୀ କଟକ କେନ୍ଦ୍ରର ବରିଷ୍ଠ ଉପସ୍ଥାପକ ଭାବଗ୍ରାହୀ ମହାପାତ୍ର (୫୫)ଙ୍କ ପରଲୋକ ହୋଇଯାଇଛି। ସେ ୨୦୧୬ ମସିହାରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଙ୍କାଳୁ ଗ୍ରାମର ହୃଦାନନ୍ଦ ମହାପାତ୍ରଙ୍କ ପୁଅ ଭାବଗ୍ରାହୀ (ଡାକ ନାମ ମଙ୍ଗଳୁ) କଟକରେ ରହୁଥିଲେ। ସେ ୧୯୮୮ ମସିହାରୁ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ସାମୟିକ ଉପସ୍ଥାପକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ କିଛିଦିନ ଦୈନିକ ପ୍ରଜାତଂତ୍ରରେ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ।

ସେ ପ୍ରଥମେ କୃଷିବିଭାଗରେ ଉପସ୍ଥାପକ ଭାବେ କାର୍ଯ୍ୟ କରୁଥିଲେ। ପରେ ଅନ୍ୟ ବିଭାଗ ଓ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ କାମ କରି ଶ୍ରୋତାଙ୍କ ନିକଟରେ ଜଣେ ଲୋକପ୍ରିୟ ଉପସ୍ଥାପକ ଭାବେ ପରିଚିତ ହୋଇ ପାରିଥିଲେ। ଭାବଗ୍ରାହୀ ଜଣେ ଗୀତିକାର, କଣ୍ଠଶିଳ୍ପୀ, ଲେଖକ ଓ ସାହିତ୍ୟିକ ଭାବେ ପରିଚିତ ଥିଲେ। ସେ କଳା ଓ ସାହିତ୍ୟ ସହିତ ଜଡିତ ବହୁ ବ୍ୟକ୍ତିଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ରଚନା କରିବା ସହ ବହୁ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ବୃଦ୍ଧ ପିତା, ପତ୍ନୀ, ପୁଅ ଓ ଝିଅ ବେସାହାରା ହୋଇ ପଡିଛନ୍ତି। ତାଙ୍କ ପରଲୋକରେ ଆକାଶବାଣୀ ଅଧିକାରୀ, କର୍ମକର୍ତ୍ତା, ଉପସ୍ଥାପକ ଉପସ୍ଥାପିକା ଓ ଗୋଲଡେନ୍‍ ଭଏସ୍‍ ଅଫ୍‍ ଓଡିଶାର ସଦସ୍ୟମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories