www.samajalive.in
Monday, December 15, 2025
24.1 C
Bhubaneswar

ସୁନ୍ଦରଗଡ଼ର ପ୍ରମୁଖ ଛକରେ ଉତ୍କଳମଣି ଓ ଧରତି ଆବାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ

ସୁନ୍ଦରଗଡ଼: ସହରର ପ୍ରମୁଖ ଛକ ଗୁଡ଼ିକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଧରତି ଆବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ତୁରନ୍ତ ସ୍ଥାପନ କରିବା ପାଇଁ ବିଜେଡ଼ିର ପ୍ରତିନିଧି ମଣ୍ଡଳୀ ଆଜି ପୌର କାର୍ଯ୍ୟାନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା କରିଛନ୍ତି। ଏପରିକି ଆଲୋଚନା ପରେ ଏହି ପ୍ରତିନିଧି ମଣ୍ଡଳୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପୌର ଯନ୍ତ୍ରୀଙ୍କ ସହ ସ୍ଥାପିତ ହେବାକୁଥିବା ପ୍ରସ୍ତାବିତ ଛକଗୁଡ଼ିକ ପରିଦର୍ଶନ କରିବା ସହ ଅତିଶୀଘ୍ର ଏହି ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ ପାଇଛି। ସ୍ଥାପନା ନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମଧ୍ୟରେ ରହିଥିବା ସାମାନ୍ୟ ଦ୍ୱନ୍ଦ ମଧ୍ୟ ଏକ ପ୍ରକାର ଦୂର ହୋଇଛି।

ସୂଚନାଯୋଗ୍ୟ, ଏହି ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଗତ ଫେବୃଆରୀ ମାସରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଶୀତଳତା ଦେଖାଯିବାରୁ ପ୍ରତିନିଧି ମଣ୍ଡଳୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଇଁ ସାଢ଼େ ୧୮ଲକ୍ଷ ଟଙ୍କା ମଞ୍ଜୁରି ହୋଇଥିବା ବେଳେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ୪୫ଲକ୍ଷ ଟଙ୍କା ମଞ୍ଜୁରି ହୋଇଥିବାର ଜଣାପଡ଼ିଛି। ଆବଶ୍ୟକ ସ୍ଥଳେ ମଞ୍ଜୁରି ହୋଇଥିବା ପାଣ୍ଠିକୁ ବୃଦ୍ଧି କରି ଅଧିକ ଆକର୍ଷଣୀୟ କରିବା ପାଇଁ ମଧ୍ୟ ପ୍ରତିିନିଧି ମଣ୍ଡଳୀ ପରାମର୍ଶ ଦେଇଛନ୍ତି। ଏତବ୍ୟତିତ ପ୍ରତିନିଧି ମଣ୍ଡଳୀ ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନ ଚାନ୍ଦ, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଭରତେନ୍ଦୁ ଶେଖର ଦେଓ ଓ ସ୍ଥାନ ଦେଖି ଅନ୍ୟାନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ଦାବି କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ବିଜେଡିର ବରିଷ୍ଠ ନେତା ଜୟନାରାୟଣ ତ୍ରିପାଠୀ, ଯୁବନେତା ବରୁନ ବାଗ, ତ୍ରିଲୋଚନ କାକ, ପଙ୍କଜ ଶ୍ରେଷ୍ଠ ପ୍ରମୁଖ ସାମିଲ ଥିବା ବେଳେ ଆଲୋଚନା କାଳରେ ପୌର ଯନ୍ତ୍ରୀ ମାନସ ପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories