www.samajalive.in
Sunday, December 14, 2025
26.1 C
Bhubaneswar

ପୁଲିସ ଭୟରେ ଗଞ୍ଜେଇ ବୋଝେଇ ଗାଡି ଓଲଟାଇ ଡ୍ରାଇଭର ଫେରାର

କଣ୍ଟାମାଳ: ଆଜି ସନ୍ଧ୍ୟା ସମୟରେ ପୋଲିସ ଗାଡି ଏକ ଗଞ୍ଜେଇ ଭର୍ତ୍ତୀ ଗାଡିକୁ ପିଛା କରି ଧରିଥିବା ବେଳେ ପୋଲିସ ଭୟରେ ଗାଡି ଚାଳକ ଭିନ୍ନ ଏକ ରାସ୍ତା ଭିତରକୁ ଗାଡିକୁ ନେଇ ଓଲଟାଇ ଫେରାର ମାରିଥିବା ଜଣାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବୌଦ ଏସ.ଡି.ପି.ଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‍ ଗାଡିଟିର ପିଛା କରିଥିବା ବେଳେ କଣ୍ଟାମାଳ ଥାନାର କିଛି ବାଟ ପୂର୍ବରୁ ଗାଡିଟି ହଠାତ୍‍ ବଡଛପାପାଲି ଗାଁ ରାସ୍ତା ଦେଇ ଫେରାର ମାରିବାକୁ ଉଦ୍ୟମ କରିବା ସହ ଧରାପଡି ଯିବା ଭୟରେ ଡ୍ରାଇଭର ଜଣକ ଏକ ଧାନ ବିଲରେ ଗାଡିକୁ ଓଲଟାଇ ଫେରାର ମାରିଥିବା ଦେଖିବାକୁ ମିଳିଥିଲା। ପରେ ଉଭୟ କଣ୍ଟାମାଳ ଓ ମନମୁଣ୍ଡା ପୋଲିସ, କଣ୍ଟାମାଳ ଦମକଳ ବାହିନୀ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଗାଡି ଓଡି ୦୩ ସି ୦୬୧୯କୁ ଧାନ ବିଲରୁ ଉଦ୍ଧାର କରି କଣ୍ଟାମାଳ ଥାନାକୁ ଆଣିଥିଲେ।

ଏସଡିପିଓ ଶ୍ରୀ ଗୁରୁଙ୍କ ଉପସ୍ଥିତିରେ ଚୋରା ଚାଲାଣ ଗଞ୍ଜେଇ ବସ୍ତା ଗୁଡିକୁ କଣ୍ଟାମାଳ ଥାନାକୁ ହସ୍ତାନ୍ତର କରାଯାଇ ଥିଲା। ଜବତ ହୋଇଥିବା ଗଞ୍ଜେଇକୁ ସରକାରୀଭାବେ ଓଜନ କରାଯାଇ ନଥିଲେ ହେଁ ଆନୁମାନିକ ୨.୩୫ କେଜି ହେବ ବୋଲି ଜଣାଯାଇଛି। ପ୍ରକାଶ ଯେ ଗତ ୨୧ ତାରିଖରେ ମଧ୍ୟ ଏସ.ଟି.ଏଫର ଏକ ସ୍ୱତନ୍ତ୍ର ଦଳ ଡିଏସସପି ଇ.କିରୋଙ୍କ ନେତୃତ୍ୱରେ କଣ୍ଟାମାଳ- ତରଭା ତେଲ ନଦୀ ସେତୁ ନିକଟରେ ୨.୫୩ କ୍ୱିଣ୍ଟାଲ ଚୋରା ଗଞ୍ଜେଇ ଜବତ କରିଥିଲେ। ସେ ଦିନ ମଧ୍ୟ ପୋଲିସକୁ ଦେଖି ଚାଲାଣକାରୀମାନେ ଗଞ୍ଜେଇ ବସ୍ତା ଫୋପାଡି ଚାଲି ଯାଇଥିଲେ। ଗଞ୍ଜେଇ ଧରାପଡୁଥିଲେ ହେଁ ଆସାମୀ ଧରା ପଡୁନଥିବା ହେତୁ ଗାଡି ମାଲିକକୁ ନେଇ ସ୍ୱତନ୍ତ୍ରଭାବେ ତଦନ୍ତ କରାଗଲେ ଗଞ୍ଜେଇ ଚାଲାଣର ପ୍ରକୃତ କିଙ୍ଗପିନ୍‍ ମାନେ ଧରାପଡି ପାରନ୍ତେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories