www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ପିଏମ୍‌ କିଷାନ କିସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ସୋମବାର କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ। ଦେଶର ୯.୭୫ କୋଟିରୁ ଅଧିକ କୃଷକଙ୍କ ଖାତାରେ ୧୯,୫୦୦ କୋଟିରୁ ଅଧିକ ରାଶି ପୈଠ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦୀ ଅପରାହ୍ଣ ୧୨ଟା ୩୦ରେ ଏହି ଅର୍ଥ ପ୍ରଦାନ କାର୍ଯ୍ୟକୁ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ଏହି ହିସାବରେ ପ୍ରତି ଚାରି ମାସରେ ୨୦୦୦ ଟଙ୍କା ଲେଖାଏଁ ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ସରକାର ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରୁଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧.୩୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଗଲାଣି।
ଆଜି ପି

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories