www.samajalive.in
Monday, December 8, 2025
14.1 C
Bhubaneswar

ଠକେଇ ଅଭିଯୋଗରେ ସଲମାନ ଓ ତାଙ୍କ ଭଉଣୀଙ୍କୁ ସମନ

ମୁମ୍ବଇ: ଠକେଇ ଅଭିଯୋଗରେ ବଲିଉଡ଼ ଅଭିନେତା ସଲମାନ ଖାନ ଓ ତାଙ୍କ ଭଉଣୀ ଅଲଭୀରା ଖାନଙ୍କୁ ସମନ ପଠାଇଛି ଚଣ୍ଡିଗଡ଼ ପୁଲିସ। ଜଣେ ଗହଣା ବ୍ୟବସାୟୀ ସଲମାନ ଓ ତାଙ୍କ ଭଉଣୀଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୁଲିସ ସଲମାନ ଓ ଅଲଭୀରାଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍ ପଠାଇଛି। ଏହି ୭ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଥିବା ନେଇ ପୁଲିସ ସୂଚନା ଦେଇଛି। ଅଭିଯୋଗ ହୋଇଛି ଯେ, ଶୋରୁମ୍ ଖୋଲିବା ପରେ ସଲମାନଙ୍କ କମ୍ପାନୀ ଦିଲ୍ଲୀରୁ ମାଲ୍ ପଠାଉନାହିଁ ଓ କମ୍ପାନୀର ୱେବସାଇଟ୍ ମଧ୍ୟ ବନ୍ଦ ଅଛି। ଚଣ୍ଡିଗଡ଼ ଏସପି କେତନ ବଂସଲ କହିଛନ୍ତି, ଜବାବ ରଖିବାକୁ ସେମାନଙ୍କ ୧୩ ଜୁଲାଇ ପର୍ଯ୍ୟନ୍ତ ସମୟ ଳଦିଆଯାଇଛି। ଯଦି ଏଥିରେ କେହି ଅପରାଧୀ ସାବ୍ୟସ୍ତ ହୁଅନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ।

ବ୍ୟବସାୟୀ ଅରୁଣ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ, ସଲମାନଙ୍କ ନିର୍ଦ୍ଦେଶରେ ସେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ମଣିମାଜରା ଏନଏସି ଅଞ୍ଚଳରେ ‘ବିଙ୍ଗ୍ ହ୍ୟୁମାନ୍ ଜୁଏଲାରୀ’ ଶୋରୁମ ଖୋଲିଥିଲେ। ଶୋ’ରୁମ୍ ଖୋଲିବା ପାଇଁ ଷ୍ଟାଇଲ୍ କ୍ୱିଣ୍ଟେଟ୍ ଜୁଏଲାରୀ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲେ। ମାତ୍ର ଶୋରୁମ୍ ଖୋଲିବା ପରେ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥିଲା। ଯେଉଁ ଷ୍ଟୋରରୁ ତାଙ୍କୁ ବିଙ୍ଗ୍ ହ୍ୟୁମାନ ଜୁଏଲାରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା, ତାହା ବନ୍ଦ ପଡ଼ିଛି। ଏହି କାରଣରୁ ତାଙ୍କୁ ମାଲ୍ ମଧ୍ୟ ମିଳିପାରୁନାହିଁ। ସଲମାନ ଖାନ ବ୍ରାଣ୍ଡର ପ୍ରଚାର କରିବେ ବୋଲି ତାଙ୍କୁ ଭରସା ଦିଆଯାଇଥିଲା। ମାତ୍ର ସେମିତି କିଛି ହେଲା ନାହିଁ। କମ୍ପାନୀର ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରାଗଲା, ହେଲେ କିଛି ଲାଭ ହେଲା ନାହିଁ। ଶୋରୁମର ଉଦ୍ଘାଟନ ପାଇଁ ସଲମାନ ଖାନ ଆସିବେ ବୋଲି ତାଙ୍କୁ କୁହାଯାଇଥିଲା କିନ୍ତୁ ତାଙ୍କ ଭିଣୋଇ ଆୟୁଷ ଶର୍ମା ଆସିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories