www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲା ‘ହରି ହର ବୀରମଲ୍ଲୁ’ର ହିନ୍ଦୀ ଟିଜର, ଦିଲ୍ଲୀ ସୁଲତାନ ସାଜି ହୋସ୍‌ ଉଡ଼ାଇଲେ ବବି ଦେଓଲ

ନୂଆଦିଲ୍ଲୀ: ଭାରତୀୟ ସିନେମାର ଅତ୍ୟନ୍ତ ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ତାରକାଙ୍କ ମଧ୍ୟରୁ ଅନ୍ୟତମ ପବନ କଲ୍ୟାଣ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଦୁଃସାହସିକ ଆକ୍ସନ ଚଳଚ୍ଚିତ୍ର ‘ହରି ହର ବୀରମଲ୍ଲୁ’ରେ ଅଭିନୟ କରୁଛନ୍ତି। ନିର୍ମାତା ଏଏମ ରତ୍ନମ୍‌ ତାଙ୍କ ପ୍ରତିଷ୍ଠିତ ମେଗା ସୂର୍ଯ୍ୟା ପ୍ରଡକ୍ସନରେ ଏହି ବଡ଼ ବଜେଟ୍‌ ଫିଲ୍ମ ନିର୍ମାଣ କରୁଛନ୍ତି। ଚଳଚ୍ଚିତ୍ରର କାହାଣୀ ସପ୍ତଦଶ ଶତାବ୍ଦୀର ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ। ଇତି ମଧ୍ୟମରେ ‘ହରି ହର ବୀରମଲ୍ଲୁ’ର ହିନ୍ଦୀ ଟିଜର ରିଲିଜ୍‌ ହୋଇଛି। ଏହି ଟିଜରର ନାଁ ଦିଆଯାଇଛି ‘ହରି ହର ବୀରମଲ୍ଲୁ: ସୋର୍ଡ ଭର୍ସେସ୍‌ ସ୍ପିରିଟ୍‌’। ଟିଜରରେ ପବନ କଲ୍ୟାଣଙ୍କ ବ୍ୟତୀତ ବବି ଦେଓଲ ଦିଲ୍ଲୀର ସୁଲ୍‌ତାନ୍‌ ଭୂମିକାରେ ଅଭିନୟ କରିଛନ୍ତି।

ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାରତୀ, କାନ୍ଦି କାନ୍ଦି କହିଲେ..

ଟିଜରରେ ନିର୍ମାତା ପବନ କଲ୍ୟାଣ ଓରଫ୍ ହରି ହର ବୀରମଲ୍ଲୁ ଚରିତ୍ରକୁ ‘ଏକାକୀ ଯୋଦ୍ଧା’ ଭାବେ ବର୍ଣ୍ଣନା କରିଛନ୍ତି, ଯିଏ ସେହି ଭୂମିରେ ନ୍ୟାୟ ପାଇଁ ଯୁଦ୍ଧ ଲଢୁଛି ଯେଉଁଠାରେ ଗରିବଙ୍କ ଶୋଷଣ ହୋଇଥାଏ ଏବଂ ଧନୀ ସମୃଦ୍ଧ ହୋଇ ଚାଲିଥାଏ। ଏଥିରେ ମୋଗଲ ସମ୍ରାଟ ଭାବେ ବବି ଦେଓଲ ଏବଂ ପବନ କଲ୍ୟାଣ ଗରିବ ଓ ପୀଡ଼ିତଙ୍କ ନାୟକ ଭାବେ ନଜର ଆସିଛନ୍ତି। ଉଭୟ କଳାକାରଙ୍କ ଲୁକ୍‌ ଓ ଅଭିନୟକୁ ପ୍ରଶଂସକ ବେଶ୍‌ ପ୍ରଶଂସା କରିଛନ୍ତି। ଚଳଚ୍ଚିତ୍ରରେ ପବନ କଲ୍ୟାଣଙ୍କ ସହ ନିଧି ଅଗ୍ରଓ୍ବାଲ, ବବି ଦେଓଲ, ସୁନୀଲ, ନୋରା ଫତେହୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ନିର୍ମାତାଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବ ‘ହରି ହର ବୀରମଲ୍ଲୁ’।

- Advertisement -

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories