ଭକ୍ତ-ଭଗବାନଙ୍କ ମିଳନର ପ୍ରଥମ ଝଲକ୍ ଦେଖାଇଲେ ପ୍ରଶାନ୍ତ ବର୍ମା: ‘ଜୟ ହନୁମାନ’ ପାଇଁ ଦର୍ଶକ ଉତ୍ସାହିତ
ସମାଜ ଡିଜିଟାଲ ଡେସ୍କ: ପବିତ୍ର ରାମ ନବମୀ ଅବସରରେ ବ୍ଲକବଷ୍ଟର ଫିଲ୍ମ ‘ହନୁମାନ’ର ଦ୍ୱିତୀୟ ଭାଗର ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ଦ୍ୱିତୀୟ ଭାଗର ନାଁ ‘ଜୟ ହନୁମାନ’ ରହିଛି। ନିର୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ଉତ୍ସାହ ବଢ଼ାଇ ଦେଇଛନ୍ତି।
"वचनं धर्मस्य रक्षणं" 🙏
Wishing everyone a very Happy & Blessed #RamNavami ❤️
On this sacred occasion and with the divine blessings of Lord Rama, this is my promise to all the audience across the globe to give you an experience like never before & a film to celebrate for a… pic.twitter.com/gFNWsN9F06
— Prasanth Varma (@PrasanthVarma) April 17, 2024
ପ୍ରଶାନ୍ତ ବର୍ମା ଫିଲ୍ମର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହା ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର, ଯେଉଁଥିରେ ପ୍ରଭୁ ହନୁମାନ ଓ ପ୍ରଭୁ ରାମଙ୍କ ହାତ ଦେଖିବାକୁ ମିଳିଛି। ଫଟୋରୁ ଲାଗୁଛି ଯେପରି ଉଭୟ ପରସ୍ପରକୁ କୌଣସି କଥା ଦେଇଛନ୍ତି। ପୋଷ୍ଟର ଧାର୍ମିକ ଓ ସକରାତ୍ମକ ଶକ୍ତିରେ ଭରି ରହିଛି। ପୋଷ୍ଟରରେ ଲେଖା ହୋଇଛି, “ବଚନଂ ଧର୍ମସ୍ୟ ରକ୍ଷଣଂ”। ଅର୍ଥାତ୍ ତ୍ରେତୟା ଯୁଗରେ କରାଯାଇଥିବା ଏକ ପବିତ୍ର ପ୍ରତିଜ୍ଞା କଳିଯୁଗରେ ରକ୍ଷା କରାଯିବ। ଏଥିରେ ତେଜା ସଜ୍ଜା ମୁଖ୍ୟ ଭୂମିକାରେ ନଜର ଆସିବେ।
Comments are closed.