www.samajalive.in
Saturday, December 6, 2025
14.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ଶ୍ରୀରାମ ରଥଯାତ୍ରା

ପିପିଲି: ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଦାଣ୍ଡମୁକୁନ୍ଦପୁରଠାରେ ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି, ମାତୃଭକ୍ତି, ଭ୍ରାତୃପ୍ରେମ, ଏକପତ୍ନୀବ୍ରତ, ଶରଣାଗତ ବତ୍ସଳତା, ପରାକ୍ରମ, କ୍ଷମା, ଧର୍ମପ୍ରତିଷ୍ଠା ସୃଷ୍ଟିର ସଚେତନତା ବାର୍ତ୍ତା ପ୍ରସାର କରିବା ଲକ୍ଷ୍ୟନେଇ ଦୀର୍ଘ ୪୦ବର୍ଷ ଧରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି ରଥଯାତ୍ରା ପ୍ରଭୁ ଶ୍ରୀଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରୁ ଆରମ୍ଭ ହୋଇଥିଲା। ଏହି ଅବସରରେ ବୁଧବାର ସକାଳ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସମସ୍ତ ପ୍ରକାର ନୀତି ନିର୍ଘଣ୍ଟ ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶଙ୍ଖ ଓ ଘଣ୍ଟ ଧ୍ୱନୀ ମଧ୍ୟରେ ସଂକୀର୍ତ୍ତନ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହକୁ ରଥାରୁଢ କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରବଳ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ବାଦ୍ୟ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଏହି ରଥ ଦାଣ୍ଡମୁକୁନ୍ଦପୁରଶାସନ, ସଠସ, ମଠସାହି, ମାନସିଂହପାଟଣା, ମୁଖ୍ୟବଜାର, ରାଣପୁର, ନୂଆସାହି, ବାସୁଦେଇପୁର, କରଣସାହି, ବରାଗଡ଼, ମାଳିବରାହି, ବାବଜା ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା। ବିଭିନ୍ନ ଗ୍ରାମରେ ଠାକୁରମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା। ଶ୍ରୀରାମଙ୍କ ଏହି ରଥଯାତ୍ରାରେ ଭକ୍ତି ସଙ୍ଗୀତ ପରିବେଷଣ ସହ ହନୁମାନ ବେଶଧାରୀ ଯୁବକଙ୍କ ଅନନ୍ୟ ଅଭିନୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଗ୍ରାମରେ ଏକତା, ସଂହତି ଓ ପରସ୍ପର ସହଯୋଗ ତଥା ସାମାଜିକ ସମରସତା ରକ୍ଷା କରିବା ଏହି ରଥଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ବିଶ୍ୱହିନ୍ଦୁ ପରିଷଦ, ଶ୍ରୀରାମ ନବମୀ ଉତ୍ସବ କମିଟି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତି ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ। ମଧ୍ୟାହ୍ନରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ପ୍ରବଚନ ଓ ଭଜନ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ରଣଜିତ ପଣ୍ଡା, ଶିକ୍ଷାବିତ୍‌‌ ସନ୍ତୋଷ କୁମାର ମିଶ୍ର, ଯୋଗଗୁରୁ ବଂଶୀଧର ସାହୁ, ପ୍ରସନ୍ନ ଦାସ, କମଳେଶ ଦାଶ, ଅଭିଷେକ ଲେଙ୍କା, ରଞ୍ଜନ ପଣ୍ଡା, ତାପସ ଦାଶ, ଶିଶିର କୁମାର ମହାନ୍ତି, ପ୍ରଶାନ୍ତ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ରଜନୀକାନ୍ତ ପଣ୍ଡା, ଚିତ୍ତରଞ୍ଜନ ମହାରଣା, ପ୍ରଭାତ ବେହେରା, ଚିତ୍ତରଞ୍ଜନ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଏହି ରଥଯାତ୍ରା ସଂପନ୍ନ ହୋଇଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories