www.samajalive.in
Sunday, December 7, 2025
26.1 C
Bhubaneswar

ଜବରଦଖଲ ମୁକ୍ତ ହେବ ବୌଦ୍ଧ ସହର !

ବୌଦ୍ଧ: ବିକାଶ ଦିଗରେ ଅଗ୍ରଗତି କରୁଥିବା ଯେକୌଣସି ସହର ପାଇଁ ଜବରଦଖଲ ନିଶ୍ଚିତ ଭାବରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖାଦେଇଥାଏ। ରାଜତନ୍ତ୍ର ସମୟରେ ୧୨୦ ବର୍ଗ କିଲୋମିଟର ଅଞ୍ଚଳର ପ୍ରମୁଖ ଶାସନ କେନ୍ଦ୍ର ଥିବା ବୌଦ୍ଧଜିଲା ସ୍ୱାଧନୀତା ପରେ ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇ ବୌଦ୍ଧ କନ୍ଧମାଳ ଜିଲାର ଏକ ଅଂଶ ଭାବରେ ରହି ବିକାଶ ଠାରୁ ବହୁ ପଛକୁ ଚାଲିଯାଇଥିଲା। ସେତେବେଳେ ନୂତନ ଜିଲାର ମୁଖ୍ୟାଳୟ ଭାବରେ ଦାବି ରଖୁଥିବା ବୌଦ୍ଧ ସହରରେ ସରକାରୀ ଜମିର ଘୋର ଅଭାବ ଦର୍ଶାଇ ଫୁଲବାଣୀକୁ ଉଠାଇ ନିଆଯାଇଥିଲା। ଦୀର୍ଘ ଚାରି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସର୍ବୋପରି ନିଯୁକ୍ତି କ୍ଷେତ୍ରରେ ଏହି ଅଞ୍ଚଳବାସୀ ଶୋଷଣର ଶୀକାର ହେବାପରେ ବୁଦ୍ଧଜିବୀମାନେ ଏକ ନିର୍ଣ୍ଣାୟକ ଲଢେଇ କରି ୧୯୯୪ ମସିହାରେ ତତ୍କାଳୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୌଦ୍ଧକୁ ଏକ ସ୍ୱତନ୍ତ୍ର ଜିଲାର ପରିଚୟ ଦେଇଥିଲେ। ନୂତନ ଜିଲାର ମୁଖ୍ୟାଳୟ ଭାବରେ ବୌଦ୍ଧ ସହରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଥାନାଭାବ ଏକ ପ୍ରମୁଖ ସମସ୍ୟା ହୋଇ ଆଜି ପର୍ଯ୍ୟନ୍ତ ରହିଛି। ସହରର ଅନେକ ଅଞ୍ଚଳ ଜବରଦଖଲରେ ରହିଥିବାବେଳେ ସ୍ୱତନ୍ତ୍ର ସରକାରୀ କାର୍ଯ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକୀୟ ଜମି ମିଳିପାରୁନାହିଁ। ଫଳରେ ଗୋଟିଏ ଗୋଟିଏ କୋଠାରେ ଅନେକ କାର୍ଯ୍ୟାଳୟ ଚାଲିଛି। କିନ୍ତୁ ବହୁ ପ୍ରତୀକ୍ଷିତ ବୌଦ୍ଧ ମର୍ଜାକୁଦ ସେତୁ ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହେବାକୁ ଯାଉଥିବାବେଳେ ବୌଦ୍ଧ ସହର ମଧ୍ୟ ବିକାଶ ଦିଗରେ ଅଗ୍ରଗତି ହେବାରେ ଲାଗିଛି। କିଛିବର୍ଷ ମଧ୍ୟରେ ସହରର ରାସ୍ତାଗୁଡିକ ସଂପ୍ରସାରିତ ହୋଇସାରିଥିବାବେଳେ ରାସ୍ତାକଡ ଗୁଡିକ ଜବରଦଖଲ ମୁକ୍ତ ହେବାରେ ଲାଗିଛି।

 

- Advertisement -

ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ବଳିଷ୍ଠ ଉଦ୍ୟମରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଶ୍ୱର୍ରୁ ଜବରଦଖଲ ହଟାଯାଇଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ସେହିପରି ଚନ୍ଦ୍ରଚୂଡ ମନ୍ଦିର ଓ ରାମେଶ୍ୱର ମନ୍ଦିର ପାଶ୍ୱର୍ରୁ ମଧ୍ୟ ଜବରଦଖଲ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପୌର ନିର୍ବାଚନ ପୂର୍ବରୁ ଜବରଦଖଲ ହଟାଇବାକୁ ଶାସକଦଳ ଆଦୌ ରାଜିହେବନାହିଁ ବୋଲି ସହରବାସୀଙ୍କ ମଧ୍ୟରେ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ଚାଲିଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଜିଲାପାଳଙ୍କ ଥଇଥାନ ଯୋଜନା ଉପରେ ଜବରଦଖଲକାରୀମାନେ ଆସ୍ଥା ପ୍ରକଟ କରୁଥିବା ଦେଖାଯାଇଛି। ସହରକୁ ଜବରଦଖଲ ମୁକ୍ତ କରାଇ ଗୋଟିଏ ସ୍ଥାନରେ ସେମାନଙ୍କ ପାଇଁ ବିଜ୍ଞାପିିତ ଅଞ୍ଚଳ ପରିଷଦ ପକ୍ଷରୁ ଯାଗା ମିଶନରେ ସ୍ଥାୟୀ ପଟା ପ୍ରଦାନ କରାଯାଉଥିବା ଜଣାଯାଇଛି। ଏହି ବସ୍ତିବାସିନ୍ଦାଙ୍କୁ ବିଦ୍ୟୁତ,ପାଣି ସହ ଆବାସ ଯୋଜନାରେ ବାସଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇଦିଆଯିବ ବୋଲି ଜଣାପଡିଛି। ଫଳରେ ଜବରଦଖଲକାରୀମାନେ ସହରର ପ୍ରମୁଖ ଯାଗାରୁ ହଟିଯାଉଥିବାବେଳେ ସହରର ବିକାଶରେ ଏହା ସହାୟକ ହେବ ବୋଲି ସାଧାରଣରେ ଆଲୋଚନା ହେଉଅଛି। ଜିଲାପାଳଙ୍କ ସ୍ୱତନ୍ତ୍ର ଥଇଥାନ ଯୋଜନା ଯୋଗୁଁ ବୌଦ୍ଧ ସହର ଜବରଦଖଲ ମୁକ୍ତ ଆଡକୁ ଅଗ୍ରସର ହେଉଥିବାବେଳେ ଏହାଦ୍ୱାରା ସହରର ବିକାଶ ସହିତ ଅନେକ ଗରିବ ପରିବାର ଉପକୃତ ହୋଇପାରିବେ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories