www.samajalive.in
Sunday, December 7, 2025
26.1 C
Bhubaneswar

ଓସିଏ ଆପେକ୍ସ କାଉନସିଲ ବୈଠକ: କ୍ରିକେଟରଙ୍କ ଟିକାକରଣ ଉପରେ ଗୁରୁତ୍ବ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ଆପେକ୍ସ କାଉନସିଲ ବୈଠକ ଆଭାସୀ ମାଧ୍ୟମରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ତ୍ତମାନର ସ୍ଥିତିକୁ ଦେଖି ଆଗାମୀ ଦିନରେ କିଭଳି ଭାବେ କ୍ରିକେଟ କାର୍ଯ୍ୟକଳାପ ଆରମ୍ଭ କରାଯିବ; ସେ ନେଇ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ଓ ବିସିସିଆଇ ନିୟମକୁ ଆଧାରକରି କ୍ରିକେଟ କିଭଳି ଆରମ୍ଭ କରାଯିବ; ସେ ନେଇ ଟୁର୍ଣ୍ଣାମେଣ୍ଟ କମିଟି ନିଷ୍ପତ୍ତି ନେବାକୁ ବୈଠକରେ ସ୍ଥିର ହୋଇଛି। ଏହାଛଡ଼ା ଓସିଏ ପଞ୍ଜିକୃତ ଖେଳାଳି ଓ ଅଫିସିଆଲମାନଙ୍କୁ କରୋନା ଟିକା ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। କ୍ରିକେଟରମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ବାରବାଟୀ ଷ୍ଟାଡ଼ିୟମରେ ଏକ ଟିକା ପ୍ରଦାନ କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଓସିଏ ୱେବସାଇଟ୍‌ ଲୋକାର୍ପିତ କରାଯାଇଥିଲା। ବୈଠକ ଆରମ୍ଭରୁ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ତଥା ଓସିଏ ସିନିୟର ମନୋନୟନ କମିଟି ସଦସ୍ୟ ସ୍ବର୍ଗତ ରବି ନାରାୟଣ ପଣ୍ଡା, ବିସିସିଆଇ ମ୍ୟାଚ ରେଫରୀ ତଥା ରଣଜୀ ଖେଲାଳି ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ସମେତ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କ ପରଲୋକରେ ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଆଭାସୀ ବୈଠକରେ ଓସିଏ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହତାବ୍‌ ଖାଁ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଏଜି ଦୀପକ ରଘୁ, ପ୍ଲେୟାର୍ସ ଆସୋସିଏସନ ସଦସ୍ୟ ଅବକାଶ ଖଟୁଆ, ରଶ୍ମିତା ମହାନ୍ତି ଓ ସିଇଓ ସୁବ୍ରତ କୁମାର ବେହେରା ପ୍ରମୁଖ ଭାଗ ନେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories