ତୀରନ୍ଦାଜୀ ବିଶ୍ୱକପ ମହିଳା ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ପଦକ

ଡେସ୍କ: ତୀରନ୍ଦାଜୀରେ ଭାରତର ଜ୍ୟୋତି ସୁରେଖା ଭେନମ, ଅଦିତି ଗୋପୀଚାନ୍ଦ ସ୍ୱାମୀ ଓ ପରନୀତ କୌର ଆଜି ସାଂଘାଇରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଇଟାଲୀକୁ ୨୩୬-୨୨୫ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ମହିଳା ଦଳ ମାତ୍ର ୪ ପଏଣ୍ଟ କମ ସତ୍ୱେ ଷଷ୍ଠ ମାନ୍ୟତାପ୍ରାପ୍ତ ଇଟାଲୀକୁ ପରାସ୍ତ କରିବାରେ ସଫଳ ହୋଇଛି। ଜ୍ୟୋତି ସୁରେଖା ଭେନମ ଓ ଅଭିଷେକ ବର୍ମାଙ୍କ ଯୋଡ଼ି ଏଷ୍ଟୋନିଆକୁ ୧୫୮-୧୫୭ରେ ପରାସ୍ତ କରି କମ୍ପାଉଣ୍ଡ ମିକ୍ସଡ ଦଳଗତ ସ୍ୱର୍ଣ୍ଣ ଫାଇନାଲରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ପ୍ରାର୍ଥୀ ଚୟନ ହେବ ଚୂଡାନ୍ତ

ଅଭିଷେକ ବର୍ମା, ପ୍ରିୟାଂଶ ଓ ପ୍ରଥମେଶ ଫୁଗେଙ୍କୁ ନେଇ ଗଠିତ ପୁରୁଷ ଦଳ ଫାଇନାଲରେ ନେଦରଲାଣ୍ଡକୁ ୨୩୮-୨୩୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ପରେ ପୁରୁଷ ବର୍ଗରେ ପ୍ରିୟାଂଶ ଓ ମହିଳା ବର୍ଗରେ ଭେନାମ ବ୍ୟକ୍ତିଗତ ସେମିଫାଇନାଲରେ ମୁହାଁମୁହିଁ ହେବେ।

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୦.୯୬% ମତଦାନ

Comments are closed.