www.samajalive.in
Monday, December 8, 2025
13.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୦.୯୬% ମତଦାନ

ଡେସ୍କ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୬୦.୯୬% ମତଦାନ ହୋଇଥିବା ନିର୍ବାଚନ ଆୟୋଗ କହିଛନ୍ତି। ଏହି ପର୍ଯ୍ୟାୟରେ ୮୮ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବିଭିନ୍ନ ବର୍ଗର ଭୋଟରମାନେ ଉତ୍ସାହର ସହ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ଓ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଥିଲା।

ଗରିବ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି – ପ୍ରିୟଙ୍କା ଗାନ୍ଧୀ ଭଦ୍ରା

- Advertisement -

କେରଳର ୨୦ଟି ଆସନ, କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶର ୬ଟି, ଆସାମ ଓ ବିହାରର ୫ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏଁ ଆସନ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଥିଲା। ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ବିଏସପି ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଏବେ ସେଠାରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ।

https://samajalive.in/bjd-declares-3-seat-for-odisha-assembly/556205.html

ନିର୍ବାଚନ କମିଶନ କହିଛନ୍ତି, ଏକ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ଏହି ୱେବ୍ କାଷ୍ଟିଙ୍ଗ କରାଯାଇଥିଲା। ଆୟୋଗ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ବସ୍ତର ଓ କାଙ୍କେର ସଂସଦୀୟ କ୍ଷେତ୍ରର ୪୬ଟି ଗାଁର ଭୋଟରମାନେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ନିଜ ନିଜ ଗାଁରେ ସ୍ଥାପିତ ପୋଲିଂ ବୁଥରେ ମତଦାନ କରିଛନ୍ତି। ଗ୍ରାମବାସୀଙ୍କ ସୁବିଧା ପାଇଁ ପ୍ରଥମ ପର୍ଯ୍ୟାୟକୁ ମିଶାଇ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ମୋଟ ୧୦୨ଟି ନୂଆ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା।

ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ଭାରତ – ଅମିତ ଶାହା

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories