ଗରିବ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି – ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଡେସ୍କ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବଲସାଡ ଜିଲ୍ଲାର ଧର୍ମପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ଗତ ୧୦ ବର୍ଷ ମଧ୍ୟରେ ଗରିବ ଓ ଆଦିବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍ ଆବଣ୍ଟନ କରିବା ସହ ଗରିବ, କୃଷକ ଓ ପଛୁଆବର୍ଗଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଦେଶରେ ୩୦ ଲକ୍ଷ ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ସହ ଗ୍ରାମାଞ୍ଚଳରେ ମନରେଗା ଭଳି ସହରାଞ୍ଚଳରେ ୧୦୦ ଦିନର ନିଶ୍ଚିତ ନିଯୁକ୍ତି ସୁନିଶ୍ଚିତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ସେ ଶାସକ ଦଳକୁ ଟାର୍ଗେଟ କରିଥିଲେ।

ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

Comments are closed.